centurian jitm

“ବିଶ୍ୱ ପୁସ୍ତକ ଦିବସରେ ପୁସ୍ତକ ଦାନ “

nschool
  • ପୁସ୍ତକ ହିଁ ଜ୍ଞାନର ଗନ୍ତାଘର ଓ ସର୍ବଶ୍ରେଷ୍ଠ ବନ୍ଧୁ – ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ସମ୍ବାଦ ସାହିତ୍ୟଘର ପକ୍ଷରୁ ଏପ୍ରିଲ ୨୩ ବିଶ୍ୱ ପୁସ୍ତକ ଦିବସ ପାଳନ ସଭାପତି ଆଇନଜୀବୀ କବି ପ୍ରକୃତିବନ୍ଧୁ ହୃଷୀକେଶ ପାଢ଼ୀଙ୍କର ପୌରହିତ୍ୟରେ ଡେଲାଙ୍ଗ ତହସିଲ କାର୍ଯ୍ୟାଳୟ ପରିସରରେ ପାଳନ କରାଯାଇଛି । ପ୍ରାରମ୍ଭରେ ସଭାପତି ଶ୍ରୀଯୁକ୍ତ ପାଢ଼ୀଙ୍କ ନେତୃତ୍ୱରେ ” ପୁସ୍ତକ ହିଁ ଜ୍ଞାନର ଗନ୍ତାଘର ଓ ସର୍ବଶ୍ରେଷ୍ଠ ବନ୍ଧୁ ” ବୋଲି ସ୍ଲୋଗାନ ସହ ଶୋଭାଯାତ୍ରା ରେଂଚ ଗ୍ରାମ ଦେଇ ମଣ୍ଡଳ ଶିକ୍ଷାଅଧିକାରୀ ଡେଲାଙ୍ଗଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ତହସିଲ ଓ ସବ ରେଜିଷ୍ଟ୍ରର କାର୍ଯ୍ୟାଳୟକୁ ଆସୁଥିବା ବ୍ୟକ୍ତି ବିଶେଷଙ୍କୁ ପଠନ ସ୍ପୃହା ବୃଦ୍ଧି ପ୍ରତି ଆଗ୍ରହ ପ୍ରକାଶ କରାଯାଇଥିଲା । ଏହି ଅବସରରେ ସଭାପତି ଶ୍ରୀଯୁକ୍ତ ପାଢ଼ୀଙ୍କର କାକା ଫକୀର ଚରଣ ପାଢ଼ୀଙ୍କ ରଚିତ ବିଭିନ୍ନ ପୁସ୍ତକ ଦାନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ରଣପୁର ଶାଖାର ପୂର୍ବତନ କ୍ୟାସିୟର ବଂଶୀଧର ବେହେରା, ଅବସରପ୍ରାପ୍ତ ଶିକ୍ଷକ ଶିଶିର ପ୍ରଧାନ, ସ୍ୱାଧୀନତା ସଂଗ୍ରାମୀ ରଘୁନାଥ ବାରିକଙ୍କ ପୁତ୍ର ଅମରେନ୍ଦ୍ର ବାରିକ, ଲିଙ୍ଗରାଜ ବିଶ୍ୱାଳ, ଭାଗ୍ୟଧର ନିଶଙ୍କ, ଭୀମସେନ ପ୍ରଧାନ, ଆଇନଜୀବୀ ସର୍ବଶ୍ରୀବାସୁଦେବ ଦଳାଇ, ଗଙ୍ଗାଧର ପ୍ରଧାନ, ବିଶ୍ୱନାଥ ପରିଡା, ମାର୍କଣ୍ଡ ପରିଡା, ଲକ୍ଷ୍ମୀଧର ସ୍ୱାଇଁ, କେଦାରନାଥ ମହାନ୍ତି ସମେତ ଗୋପୀନାଥ ସାମନ୍ତରାୟ ଅକ୍ଷୟ କୁମାର ଘଡେଇ ପ୍ରମୁଖ ଯୋଗଦେଇ ସମ୍ବାଦ ସାହିତ୍ୟଘରର ଏତାଦୃଶ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଶେଷରେ ସମ୍ବାଦ ସାହିତ୍ୟ ଘର ସଂଯୋଜକ ଚନ୍ଦ୍ରଶେଖର ବିଶ୍ୱାଳ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ପରେ ପରେ ଡେଲାଙ୍ଗ ଷ୍ଟେସନ ବଜାରସ୍ଥିତ ଶ୍ୟାମସୁନ୍ଦର ପାଠାଗାରରେ ଅନୁଷ୍ଠିତ ବିଶ୍ୱ ପୁସ୍ତକ ଦିବସ ସାରସ୍ୱତ ସଭାରେ ସଭାପତି ଆଇନଜୀବୀ ପ୍ରକୃତିବନ୍ଧୁ ହୃଷୀକେଶ ପାଢ଼ୀ ଯୋଗଦେଇ ଫକୀର ଚରଣ ପାଢ଼ୀଙ୍କର ରଚିତ ” ଆକବର ଓ ମୁଲ୍ଲା ନାସିରୁଦ୍ଧିନ “ପୁସ୍ତକ ପାଠାଗାରର ପ୍ରତିଷ୍ଠାତା ଶିକ୍ଷାବିତ୍ତ କାଶୀନାଥ ମହାପାତ୍ର ଓ ଶିକ୍ଷାବିତ୍ତ ସନ୍ତୋଷ କୁମାର ମହାନ୍ତି ଙ୍କୁ ଦାନକରି ପଠନ ସ୍ପୃହା ପ୍ରତି ଆଗ୍ରହ ସୃଷ୍ଟି କରିବା ସହ ସ୍ୱ -ରଚିତ କବିତା ପାଠ କରିଥିଲେ । ପୁସ୍ତକଟିକୁ ସ୍ୱନାମଧନ୍ୟ ଶିଶୁସାହିତ୍ୟିକ ରମେଶ ଚନ୍ଦ୍ର ଦାସ ତନ୍ନ ତନ୍ନ କରି ଆମୂଳଚୁଳ ପଢିଥିଲେ । ଏହି ଅବସରରେ ମଂଚାସୀନ ମୁଖ୍ୟ ଅତିଥି କବି ଦିଗାମ୍ବର ରଥ, ବ୍ୟଙ୍ଗକବି ଶ୍ରୀମାନ ଗବା, ବର୍ଷୀୟାନ କବୀ ସ୍ୱର୍ଣ୍ଣପ୍ରଭା ନନ୍ଦଙ୍କ ସହ ବରିଷ୍ଠ ଲେଖକତଥା ସାମ୍ବାଦିକ ଲକ୍ଷ୍ମୀନାରାୟଣ ପାଠୀ, ଗାନ୍ଧୀପ୍ରେମୀ ଅନାମ ମଲ୍ଲିକ, ବରିଷ୍ଠ ଲେଖକ ଓ ଶିକ୍ଷକ କୈଳାସ ଚନ୍ଦ୍ର ପ୍ରଧାନ, ବରିଷ୍ଠ କବି ରୋହିତ କୁମାର ଚମ୍ପତ୍ତି, ଶିକ୍ଷକ କବି ଚନ୍ଦ୍ରଶେଖର, କବି ସୁରେଶ ମନ୍ତ୍ରୀଙ୍କ ସମେତ ପଚିଶରୁ ଉର୍ଦ୍ଧ ଶିକ୍ଷାବିତ୍ତ, ସମାଜସେବୀ, କବି ଉପସ୍ଥିତ ହୋଇ ପ୍ରସଙ୍ଗଭିତ୍ତିକ ମୂଲ୍ୟବାନ ବକ୍ତବ୍ୟ ରଖିବା ସହ ସ୍ୱ ସ୍ୱ କବିତା ପଢି ମନ୍ତମୁଗ୍ଧ କରିଥିଲେ । ଶେଷରେ ପାଠାଗାରର ପ୍ରତିଷ୍ଠାତା ଶିକ୍ଷାବିତ୍ତ କାଶୀନାଥ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.