ଧାମରା ସଂଘର ଆଲୋଚନାଚକ୍ର ଓ ପୁସ୍ତକ ଅନାବରଣ ଉତ୍ସବ

  • କବିର କବିତା ନିଜସ୍ୱ ଇସ୍ତାହାର

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଧାମରା ସଂଘ ତରଫରୁ ଆଲୋଚନାଚକ୍ର ଓ ପୁସ୍ତକ ଅନାବରଣ ଉତ୍ସବ ସଂଘ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସାଂସ୍କୃତିକ ସଂପାଦକ ସୁଶାନ୍ତ କୁମାର ନାୟକଙ୍କ ଆବାହକତ୍ୱ ଓ ନିରୁପମା ପତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ତମ୍ଭକାର ଭୂପେନ ମହାପାତ୍ର ଓ ଓଡିଶା ସାହିତ୍ୟ ଏକାଡ଼େମୀର ସଦସ୍ୟ ରାଜୀବ ପାଣି ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ସଂଘର ସଭାପତି ପ୍ରଶାନ୍ତ ବେହେରା ସଭାପତିତ୍ୱ ଅଭିଭାଷଣ, ସଂପାଦକ ଭଗବାନ ରାଉତ ସଂପାଦକୀୟ ବିବରଣୀ ଓ ସହ ସଂପାଦକ ଅକ୍ଷୟ ଦାସ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଆଲୋଚ୍ୟ ବିଷୟ ‘ସାହିତ୍ୟର ଭାବଭୂମିରେ ଅନୁଭୂତିର ଉଡାଣ’ ସଂପର୍କରେ ଆଲୋଚନା କରି କବି ଶ୍ରୀ ପାଣି କହିଲେ ଯେ, ଯାହାର ଅନୁଭୂତିର ପରିପକ୍ୱତା ନାହିଁ, ତାର ସାହିତ୍ୟ ସର୍ଜନା ସଫଳ ହେବନାହିଁ । ଯେଉଁମାନେ ସର୍ଜକ ସେମାନଙ୍କ ପାଖରେ ପ୍ରଭୁଦତ୍ତ କୃପା ଥାଏ । କବିତା କବିର ନିଜସ୍ୱ ଇସ୍ତାହାର । ଅନୁଭବର ବିକଳ୍ପ ନାହିଁ । ମୁଖ୍ୟଅତିଥି ଶ୍ରୀ ମହାପାତ୍ର ଆଲୋଚ୍ୟ ବିଷୟ ସଂପର୍କରେ ମତ ରଖିଥିଲେ । ଏହି ଅବସରରେ କବିତା ସଂକଳନ ‘ସ୍ମୃତି, କିଛି ଶୀତ କିଛି ବସନ୍ତର’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଅଙ୍ଗୁରବାଳା ପରିଡାଙ୍କ ସଭାପତିତ୍ୱ ତଥା କବି କୁଞ୍ଜବିହାରୀ ରାଉତ, ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଓ ରଶ୍ମି ସାହୁଙ୍କ ସଂଯୋଜନାରେ ବସନ୍ତ ବିଶ୍ୱକର୍ମା, ପଞ୍ଚାନନ ସାହୁ, ଡା ଗୀତାଞ୍ଜଳି ପତ୍ରୀ, ରଶ୍ମିବାଳା ରାଉତରାୟ, ତାରିଣୀ ଚରଣ ସାହୁ, ରାଜକୁମାର ମହାନ୍ତି, ତ୍ରିନାଥ ସିଂ, କନକଲତା ମିଶ୍ର, ସସ୍ମିତା ପ୍ରଧାନ, ସାର୍ଥକ ସାହୁ, ଉର୍ବଶୀ ଦାଶ ପତି, ଅଜୟ ମହାନ୍ତି, ଡା କୃପାସିନ୍ଧୁ ନାୟକ, ଶ୍ରେୟସି ସାହୁ, ବାସନ୍ତୀ ପୃଷେଠ, ସ୍ମିତା ମହନ୍ତ, ଗୀତାରାଣୀ ବେହେରା, ସୁଶ୍ରୀ ସଂଗୀତା ଦାଶ, ରୀନାରାଣୀ ଲେଙ୍କା, ମୋହନ ସିଂ, ସ୍ବର୍ଣ୍ଣପ୍ରଭା ଦତ୍ତ, ହୃଷିକେଶ ସାହୁ, ନିରୁପମା ପତି, ସୁଶାନ୍ତ କୁମାର ନାୟକ, ଭୂପେନ ମହାପାତ୍ର, କୁଞ୍ଜବିହାରୀ ରାଉତ, ରଶ୍ମି ସାହୁ, କାମିନୀ ମହନ୍ତ, ବିଶ୍ୱଜିତ ରାଉତ ପ୍ରମୁଖ କବିତା ପାଠ କରିଥିଲେ । ପ୍ରାରମ୍ଭରେ ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିବା ବେଳେ ବରିଷ୍ଠ ସଦସ୍ୟ ନିରଞ୍ଜନ କରଣ ଅତିଥିମାନଙ୍କ ପରିଚୟ ପ୍ରଦାନ ଓ ଗୁରୁ ଜ୍ୟୋତିର୍ମୟ ଆଚାର୍ଯ୍ୟ ଓ ସାଥୀମାନେ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଆବାହକ ଶ୍ରୀ ନାୟକ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିବା ବେଳେ ଶେଷରେ ସଂଯୋଜିକା କବି ଶ୍ରୀମତୀ ପତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବହୁ ଅନୁଷ୍ଠାନର କର୍ମକର୍ତ୍ତା ଓ ସାହିତ୍ୟିକ, କବି ବଂଧୁମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.