ଦେଓଗାଁ ବ୍ଳକ ୪ଟି ପଞ୍ଚାୟତ ଆନୁକୂଲ୍ୟରେ ପୁଷ୍‌ ‌ପୁନି ଭେଟଘାଟ ଉତ୍ସବ ଉଦଯାପିତ : ଦୁଲଦୁଲି, କରମା, କରମସାନୀ ସହ ବହୁ ଆଞ୍ଚଳିକ କାର୍ଯ୍ୟକ୍ରମରେ ମାତି ଗଲେ ସହସ୍ର କଳାପ୍ରେମୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଅନ୍ତର୍ଗତ ସିଂହାମୁଣ୍ଡା, ରାମଚନ୍ଦ୍ରପୁର, ଦେଷଣ୍ଢ ଓ ଡୁମ୍ବେରପିଟା ୪ଟି ପଞ୍ଚାୟତର କଳାକାରମାନଙ୍କ ଉଦ୍ୟମରେ ଗୁରୁବାର ସକାଳ ପ୍ରାୟ ୧୦ଟାରୁ ଅପରାହ୍ନ ପର୍ୟ୍ୟନ୍ତ ପୁଷ୍‌ ପୁନି ଭେଟଘାଟ ସିଂହାମୁଣ୍ଡା ପଞ୍ଚାୟତର ଖଲିଆପାଲି ଗାଁରେ ଅନୁ‌ଷ୍ଠିତ ହୋଇଯାଇଛି । ଦୀର୍ଘ ୧୦ମାସରୁ ଅଧିକ ହେଲା କରୋନା କଟକଣା‌ ଯୋଗୁଁ ମଞ୍ଚରୁ ଦୂରେଇ ରହିଥିବା କଳାକାରମାନେ ଏକଜୁଟ ହୋଇ କଳା ପ୍ରଦର୍ଶନ କରିବା ସହ ଉପଭୋଗ କରିଥିବା ଦେକାଯାଇଥିଲା । ଏହି କାର୍ୟ୍ୟକ୍ରମରେ ଦେଓଗାଁ ବିଡିଓ ରୁଦ୍ରପ୍ରସାଦ ସୁନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଗୁରୁ ଶ୍ରୀ ଡ. ଘାସିରାମ ମିଶ୍ର, ବରିଷ୍ଠ କଳାକାର ତଥା ଅବସର ପ୍ରାପ୍ତ ହାଇସ୍କୁଲ ପ୍ରଧାନ ଶିକ୍ଷକ ସାରଙ୍ଗଧର ଠାକୁର, କଣ୍ଠଶିଳ୍ପୀ ନିବୀନ କୁଅଁର, ସଂକିର୍ତ୍ତନ ଗୁରୁ ପରମାନନ୍ଦ ମାଝୀ, ସିଂହାମୁଣ୍ଡା ସରପଞ୍ଚ ମାଳି ମେଶ୍ବା, ଦେଷଣ୍ଢ ସରପଞ୍ଚ ପ୍ରଭାତ ଭୋଇ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଆୟୋଜକ କମିଟିର ଅଧ୍ୟକ୍ଷ ତଥା ଦେଓଗାଁ ବ୍ଳକ କଳାକାର ସଂଘର ଉପସଭାପତି ସୁଦାମ ଚରଣ ବିଶିଙ୍କ ପ୍ରତ୍ୟକ୍ଷ ତ‌ତ୍ୱାବଧାନାରେ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସାଂସ୍କୃତିକ କାର୍ୟ୍ୟକମକୁ ସଂସ୍କୃତି ଗବେଶକ ବାସୁଦେବ ସା ପରିଚାଳନା କରିଥିଲେ । ସେହିପରି ବରିଷ୍ଠ କଳାକାର ସୁରଥ ଧରୁଆ ମଞ୍ଚ ପରିଚାଳନା କରିଥିଲେ । ଦେଓଗାଁ ବ୍ଳକ ରାମଚନ୍ଦ୍ରପୁର ପିଏଚସିର ଡା. ଲଲିତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଉପରୋକ୍ତ ୪ଟି ପଞ୍ଚାୟତର ୪୦ଟି ଦଳ ଯଥା ଦୁଲଦୁଲି, କରମା, କରମସାନି, କିର୍ତ୍ତନ, ସଞ୍ଚାର, ଘୁଡକା ଭଳି ବହୁ ଗ୍ରାମାଞ୍ଚଳ ସାଂସ୍କୃତିକ ଦଳ ନିଜ ନିଜର ଦଳୀୟ କଳା ପ୍ରଦର୍ଶନ ଅଞ୍ଚଳବାସୀଙ୍କୁ ମତୁଆଲା କରିଦେଇଥିଲେ । ଏହି ଅବସରରେ ଦେଓଗାଁ ବ୍ଲକର ସାମ୍ବାଦିକ କିଶୋର ସାହୁ, କୃଷ୍ଣ ପ୍ରସାଦ ପାଣିଗ୍ରାହୀ, ରାମଚନ୍ଦ୍ର ଶତପଥୀ, ଶରତ ପୁଟେଲଙ୍କୁ ମାନପତ୍ର ସହ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ଏହି କାର୍ୟ୍ୟକ୍ରମ ପରିଚାଳନାରେ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.