oom

ମହାରାଜା ରାଜେନ୍ଦ୍ର ନାରାୟଣ ଥିଲେ ଜଣେ ଅନନ୍ୟ ଆଦର୍ଶ ପୁରୁଷ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଟି ହୃଦୟର ମଣିଷ ଭାବରେ ପ୍ରଜାନୁରଂଜନ ଧର୍ମକୁ ଧାରଣ କରି କେବଳ ବଲାଙ୍ଗିର ନୁହେଁ ସମଗ୍ର ଓଡିଶାରେ ତଥା ଭାରତୀୟ ରାଜନୀତିରେ ସେ ଥିଲେ ଜଣେ ଅନନ୍ୟ ପୁରୁଷ । ତାଙ୍କ ପଦାଙ୍କ ଅନୁସରଣ କରି ନିଜ ଅଂଚଳର ବିକାଶରେ ବ୍ରତୀ ହେବା ପାଇଁ ମତ ଦେଇଛନ୍ତି । ଆଜି ବଲାଙ୍ଗିର ରାଜେନ୍ଦ୍ର ପାର୍କଠାରେ ଆୟୋଜିତ ପାଟଣା ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ୧୧୨ତମ ଜନ୍ମ ଜୟନ୍ତୀ ସମାରୋହରେ ବକ୍ତାମାନେ । ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ସ୍ମୃତି କମିଟି ତରଫରୁ ଆୟୋଜିତ ଏହି ଜୟନ୍ତୀ ସମାରୋହରେ ଅତିଥି ଭାବରେ ଯୋଗ ଦେଇଥିଲେ ମହାରାଜାଙ୍କ ସୁପୁତ୍ର ଅନଙ୍ଗ ଉଦୟ ସିଂହଦେଓ, ନାତି କଳିକେଶ ନାରାୟଣ ସିଂହଦେଓ, ନାତୁଣୀବୋହୂ ମେଘନା ସିଂହଦେଓ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ପୌର ପରିଷଦ ଅଧ୍ୟକ୍ଷା ଲିକା ସାହୁ, ଗୁରୁଶ୍ରୀ ଡକ୍ଟର ଘାସିରାମ ମିଶ୍ର, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ପ୍ରମୁଖ ଦେଇଥିଲେ । ସ୍ମୃତି କମିଟିର ଅଧ୍ୟକ୍ଷ ଶରତ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଜୟନ୍ତୀ ସମାରୋହରେ ସଂପାଦକ ରାଜେନ୍ଦ୍ର ପାଣିଗ୍ରାହୀ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ । ସ୍ମୃତି ସଭା ପୂର୍ବରୁ ଅତିଥିମାନେ ପାର୍କ ପରିସରରେ ଥିବା ମହାରାଜାଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ବ୍ୟଙ୍ଗକବି ରସରାଜ ଅଚ୍ୟୁତ ପୁରୋହିତ, ସଫଳ ଶିଳ୍ପଦ୍ୟୋଗୀ ଶ୍ରୀମତୀ ଶୋଭନା ଗିରି, ବାଲୁକା ଶିଳ୍ପୀ ଓମପ୍ରକାଶ ସାହୁ, ରାଜ୍ୟ ଚଳଚିତ୍ର ପୁରସ୍କାର ବିଜେତା ଚୈତନ୍ୟ ମଟାରୀ, ଡାକ୍ତର ମନୋଜ ଅଗ୍ରୱାଲ, ସାମ୍ବାଦିକ ତରୁଣ କୁମାର ସାହୁ, ଯୁବ ନାଟ୍ୟକାର ନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର ଥନାପତି, ସାମ୍ବାଦିକା ସସ୍ମିତା ସାହୁ, କଣ୍ଠଶିଳ୍ପୀ ସ୍ୱରୂପା ସିଂ, ସମ୍ବାଦ ଜିଲ୍ଲା ପ୍ରତିନିଧି ଅଂଜନ ପ୍ରଧାନ, ଇଣ୍ଡିଏନ ଆଇଡଲ୍‌ ଫେମ୍‌ ଅଜୟ ଅମର ସିଂହଦେଓ, ବିଙ୍ଗ ଷ୍ଟ୍ରଙ୍ଗ ଫିଟନେସ୍‌ର ଶୁଭମ କୁମାର ଦର୍ଜୀ, ସଂପୂର୍ଣ୍ଣା ଅନୁଷ୍ଠାନର ସଂପାଦିକା ରଶ୍ମି ପାତ୍ର ତଥା ଆହୁରି ଅନେକ ପ୍ରତିଭାଙ୍କୁ ପାଟଣା ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସଂଦୀପ କୁମାର କୁଅଁର ସଭା ସଂଚାଳନ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ସହରର ବହୁ ବୁଦ୍ଧିଜୀବୀ ତଥା ରାଜେନ୍ଦ୍ରପ୍ରେମୀ ଯୋଗଦାନ କରିଥିଲେ ।

jittmm
Leave A Reply

Your email address will not be published.