ls

୨୦୧୧ ଜନଗଣନାରେ ଉଲ୍ଲେଖନୀୟ ଅବଦାନ ପାଇଁ ଶିକ୍ଷକ ଶିକ୍ଷୟତ୍ରୀ ପୁରସ୍କୃତ

sb

ସୁବର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ) : ୨୦୧୧ ମସିହାରେ ଅନୁଷ୍ଠିତ ଜନଗଣନାରେ ଉଲ୍ଲେଖନୀୟ ଅବଦାନ ହେତୁ ସମଗ୍ର ଜିଲ୍ଲାରୁ ୨ ଜଣ ସୁପରଭାଇଜର ଏବଂ ୧୭ ଜଣ ଏନୁମେରେଟର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କୋଭିଡ କଟକଣାରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ସମ୍ମାନିତ କରାଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ସଭାପତି ଭାବେ ଅତିରିକ୍ତ ଜିଲ୍ଲାପାଳ ସୂର୍ୟ୍ୟନାରାୟଣ ଦାଶ ଯୋଗଦାନ କରି ଜନଗଣନା ଜିଲ୍ଲା, ରାଜ୍ୟ ତଥା ଦେଶର ଭବିଷ୍ୟତ ଯୋଜନା ରୂପାୟନ କରିବାରେ କିଭଳି ସହାୟକ ହୋଇପାରୁଛି, ଉଦାହରଣ ସହ ଆଲୋକପାତ କରିବା ସହ କୃତୀ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସେମାନଙ୍କର କର୍ତ୍ତବ୍ୟନିଷ୍ଠା ଏବଂ ସମୟାନୁବର୍ତ୍ତିତ ପାଇଁ ପ୍ରଶଂସା କରିଥିଲେ । ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ଏବଂ ଜନଗଣନା ଆୟୁକ୍ତଙ୍କ ଦ୍ୱାରା ପ୍ରଦତ୍ତ ମାନପତ୍ର ଏବଂ ରୌପ୍ୟ ଓ ବ୍ରୋଞ୍ଜ ପଦକ ଦେଇ ଏହି ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା । ପୁରସ୍କାର ଯୋଗ୍ୟ ଶିକ୍ଷକ ମାନଙ୍କ ମଧ୍ୟରୁ ଧବଳେଶ୍ୱର ଅମାତ ଏବଂ ଶିକ୍ଷକ ପ୍ରଭାକର ମେହେରଙ୍କ ସ୍ୱର୍ଗବାସ ହୋଇଯାଇଛି । କାର୍ୟ୍ୟକ୍ରମ ପରିଚାଳନାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଜନଗଣନା ବିଭାଗ ଏବଂ ଜିଲ୍ଲା ଶିକ୍ଷା ବିଭାଗର କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ ।

pc pk
Leave A Reply

Your email address will not be published.