oom

କେନ୍ଦୁପତ୍ର ତୋଳାଳୀଙ୍କୁ ମିଳିବ ହକ : ପ୍ରଦୀପ ପୁରୋହିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ୧୦ ଲକ୍ଷ କେନ୍ଦୁପତ୍ର ତୋଳାଳୀ ହେବେ ଉପକୃତ, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ବରଗଡ଼ ସାଂସଦ ତିନି ବର୍ଷ ପରେ କେନ୍ଦୁପତ୍ର ତୋଳାଳୀଙ୍କୁ ସେମାନଙ୍କ ହକ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଧନ୍ୟବାଦ ଜଣାଇଛନ୍ତି । ନିକଟରେ କେନ୍ଦୁପତ୍ର ତୋଳାଳୀଙ୍କ ଦାବୀ ମୁତାବକ ବୋନସ ସହ ସେମାନଙ୍କ ଜୀବନ ଜୀବିକାକୁ ସ୍ୱଚ୍ଛଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ୧୧୦ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ଯାହା ଦ୍ଵାରା ରାଜ୍ୟର ୧୦ଲକ୍ଷ କେନ୍ଦୁପତ୍ର ତୋଳାଳୀ ଉପକୃତ ହେବେ । ବିଶେଷ କରି ସେମାନଙ୍କ ପାଇଁ ଚପଲ, ବନ୍ଧା ଚପଲ, ଟୋପି, ମଶାରୀ ଓ କମ୍ବଳ ବାବଦକୁ ଅର୍ଥରାଶି ମଞ୍ଜୁର କରିଥିବାରୁ ତୋଳାଳୀ ମାନେ ବିଶେଷ ସୁବିଧା ପାଇ ପାରିବେ । ଗତ ତିନିବର୍ଷ ଧରି ନବୀନ ପଟ୍ଟନାୟକ ସରକାରରେ ସେମାନଙ୍କ ବୋନସ ବନ୍ଦ ହୋଇଯାଇଥିଲା । ବିଜେପି ସରକାରର ଗୋଟିଏ ବର୍ଷ ପୂର୍ତ୍ତିରେ କେନ୍ଦୁପତ୍ର ତୋଳାଳୀଙ୍କୁ ସେମାନଙ୍କ ସମସ୍ତ ଦାବୀ ପୂରଣ ହୋଇଛି । ଅନେଇ ରାଜ୍ୟର ୨୨ଟି ଜିଲ୍ଲାର ପ୍ରତିନିଧି ସାଂସଦ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ନେବାକୁ କେନ୍ଦୁପତ୍ର ତୋଳାଳୀମାନେ ଏନେଇ ବ୍ୟାକୁଳତା ପ୍ରକାଶ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ।

jittmm
Leave A Reply

Your email address will not be published.