oom

ଜଣେ ଆଗଧାଡିର ଯୁବ ଆଦିବାସୀ ସଂଗଠକ ପୂର୍ଣ୍ଣାନନ୍ଦ ବରିହାଙ୍କ ଅକାଳ ବିୟୋଗ

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ପଣ୍ଡାମୁଣ୍ଡା ପଞ୍ଚାୟତ ବାଞିଝାଲ ଗ୍ରାମର ଯୁବ ଆଦିବାସୀ ସଂଗଠକ ପୂର୍ଣ୍ଣାନନ୍ଦ ବରିହା(୪୦)ଙ୍କ ଅକାଳ ବିୟୋଗ ଘଟିଛି । ସ୍ୱର୍ଗତ ବରିହା କରୋନାରେ ଆକ୍ରାନ୍ତ ହୋଇ ଘରେ ଅସୁସ୍ଥ ଥିଲେ । ସେ କରୋନା ଟୀକା ନେଇଥିବା ଜଣାପଡିଛି । ହଠାତ୍ ଅସୁସ୍ଥ ହେବାରୁ ନିଶ୍ଵାସ ନେବାରେ କଷ୍ଟ ଅନୁଭବ କରିଥିବାରୁ (ଅକ୍ସିଜେନ) ଅଭାବରୁ ମୃତ୍ୟୁ ହୋଇଥିଲା । ସ୍ୱର୍ଗତ ବରିହା ଆଦିବାସୀ ସମାଜର ଆଗଧାଡିର ଯୁବ ନେତା ଥିଲେ । ସେ ଆଦିବାସୀ ସମାଜର ଅନେକ ମିଟିଂ ଆୟୋଜନରେ ମୂଖ୍ୟ ଭୂମିକା ନିର୍ବାହ କରୁଥିଲେ । ଜଣେ ଶାନ୍ତ ସିଷ୍ଠ ମେଲାପ ଉଦଯୋଗୀ ସଂଗଠକ ଥିଲେ । ତାଙ୍କ ପଛରେ ସ୍ତ୍ରୀ, ତିନି ପୁଅ ଗୋଟିଏ ଝିଅ ଏବଂ ଭାଇ ଭଉଣୀଙ୍କୁ ଛାଡି ଚାଲିଯାଇଛନ୍ତି । ତାଙ୍କର ବିଯୋଗରେ ଆଦିବାସୀ ସମାଜର ଏକ ଅପୂରଣୀୟ କ୍ଷତି ଘଟିଛି ବୋଲି ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି, ଜିଲ୍ଲା ଉପଦେଷ୍ଟା ସତ୍ୟନାରାୟଣ ଭୋଇ , ଯୁଗ୍ମ ସଂପାଦକ ଗିରିଧାରୀ ଭୋଇ,. ସଂପାଦକ ସାରଥୀ ବାଗ ଟିକେଶ୍ଵର ଧରୁଆ, ସଭାପତି ଅଷ୍ଟରନ୍ନ ବରିହା, ଗଦିବରିହା, ଲେକୃ ଧରୁଆ, ଗନ୍ଧର୍ବ ବରିହା, ଚନ୍ଦ୍ରଶେଖରବରିହା, ପାଣ୍ଡବ ବରିହା, ବନଲତା ମାଝୀ, ଗୈାରୀ ଶଙ୍କର ବରିହା, ଗୋରେଖନାଥ ବରିହା, ରାଜକିଶୋର ଛତ୍ରିଆ, ମିନକେତନ ଧରୁଆ ପ୍ରମୁଖ ଶୋକ ପ୍ରକାଶ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

jittmm
Leave A Reply

Your email address will not be published.