oom

ଓଡିଶା ଦିବସରେ ଆଇ ଲଭ ବଙ୍ଗୋମୁଣ୍ଡା ସେଲ୍ଫି ପଏଣ୍ଟକୁ ଉଦଘାଟନ କଲେ ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଓଡ଼ିଶା ଦିବସ ଉପଲକ୍ଷେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା କଣ୍ଟାବାଞ୍ଜି ୪୨ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ଵରେ ବଙ୍ଗୋମୁଣ୍ଡା ଅଞ୍ଚଳ ବାସୀଙ୍କ ପାଇଁ ନୂତନ ନିର୍ମିତ ସେଲ୍ଫି ପଏଣ୍ଟ ଉଦଘାଟିତ ହୋଇଯାଇଛି । ବଙ୍ଗୋମୁଣ୍ଡା ଜୋନର ଜିଲ୍ଲା ପରିଷଦ ସଦସ୍ୟ ଓମ ପ୍ରକାଶ କୁମ୍ଭାର ଙ୍କ ନେତୃତ୍ୱରେ ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଯୋଗଦେଇ ସେଲ୍ଫି ପଏଣ୍ଟକୁ ଶୁଭ ଉଦଘାଟନ କରିଥିଲେ । ବଙ୍ଗୋମୁଣ୍ଡାରେ ଦୀର୍ଘ ବର୍ଷ ହେବ ଲୋକେ ସେଲ୍ଫି ପଏଣ୍ଟ ପାଇଁ ଦାବି କରୁଥିଲେ । ଜିଲା ପରିଷଦ ସଦସ୍ୟଙ୍କ ପାଣ୍ଠିରୁ ସେଲ୍ଫି ପଏଣ୍ଟ ନିର୍ମିତ ହୋଇଛି । ଏହା ଦ୍ୱାରା ଯୁବପୀଢ଼ିଙ୍କ ସହ ଅନ୍ୟ ମାନଙ୍କୁ ଆମୋଦ ପ୍ରମୋଦ ତଥା ମନୋରଞ୍ଜନର ମାଧ୍ୟମ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା କଂଗ୍ରେସ ବ୍ଲକ ସଭାପତି ଗୁରୁଚରଣ ବେହେରା, ସଞ୍ଜୟ ବେହେରା,ବିରଞ୍ଚି ବାଗ, ସାଧୁ ମେହେର, ଆନନ୍ଦ ଜୈନ, ପୂର୍ବତନ ସରପଞ୍ଚ ସୁଶାନ୍ତ ଯୋଶୀ, କାହ୍ନା ଅଗ୍ରୱାଲ, ଡୋଳାମଣି ତାଣ୍ଡି, ରାଧାମୋହନ ବେହେରା, ଭାଗ୍ୟ ହିଆଁଲ, ଯୁବ ଆଇନଜୀବୀ ହେମନ୍ତ ନାଏକ, ନାଡୋ ଶର୍ମା, ଶ୍ରୀକର ମାଝୀ, କାହ୍ନା ଅଗ୍ରୱାଲ, ପ୍ରମୁଖଙ୍କ ସହ ଅନ୍ୟମାନେ ସାମିଲ ହୋଇଥିଲେ । ଜିଲ୍ଲା ପରିଷଦ ପାଣ୍ଠିରୁ ପ୍ରଥମ କରି ବଙ୍ଗୋମୁଣ୍ଡାରେ ସେଲଫି ପଏଣ୍ଟ ହୋଇଥିବାରୁ ପୂର୍ବତନ ବିଧାୟକ ଖୁସିବ୍ୟକ୍ତ କରିଥିଲେ ।

jittmm
Leave A Reply

Your email address will not be published.