oom

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପୁରାତନ ଛାତ୍ର ଏକତ୍ରୀକରଣ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଦିବସ ଉପଲକ୍ଷେ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରର ପୁରାତନ ଛାତ୍ର ଏକତ୍ରୀକରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସଂକୁଳ ପ୍ରମୁଖ ଡ଼ଃ. ଦ୍ଵାଦଶ କୁମାର ପଧାନ, ସମ୍ପାଦକ ଜନକଲାଲ ମେହେର, ଉପସଭାପତି ଗୋପାଳ ପ୍ରସାଦ ମିଶ୍ର, ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ, ପୂର୍ବ ଛାତ୍ର ସଂସଦର ସଭାପତି ପ୍ରୀତେଶ ବହିଦାର, ସମ୍ପାଦକ ହିତେଶ କୁମାର ଅଗ୍ରୱାଲ ପ୍ରମୁଖ ମଂଚାସୀନ ଥିଲେ । ଭଉଣୀ ମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଗାନ ପରେ ପ୍ରଧାନ ଆଚାର୍ଯ୍ୟ ଚୈତନ୍ୟ ଭୋଇ ଅତିଥି ପରିଚୟ, ସ୍ଵାଗତ ଭାଷଣ ଓ ଉଦ୍ଦେଶ୍ୟ କଥନ କରିଥିଲେ । ବୀର ସୁରେନ୍ଦ୍ର ସାଏ ଓ ସୁବାଷ ଚନ୍ଦ୍ର ବୋଷଙ୍କ ବିଷୟରେ ପୁରାତନ ଛାତ୍ର ସଂସଦର ସଦସ୍ୟ ହିତେଶ ରଞ୍ଜନ ମେହେର ବୌଦ୍ଧିକ ପ୍ରଦାନ କରିଥିଲେ । ନୂତନ ଛାତ୍ର ସଂସଦର ସଭାପତି ଭାବରେ ଗୁଣନିଧି ପଟେଲ, ଉପସଭାପତି ସୁରଜ ଅଗ୍ରୱାଲ, ସଂପାଦକ ଅଜୟ ଅଗ୍ରୱାଲ, ଯୁଗ୍ମ ସମ୍ପାଦକ ଡ଼. ଭରତ ସାହୁ, କୋଷାଧକ୍ଷ ସୁଶୀଳ କୁମାର ଅଗ୍ରୱ।ଲ, ସଦସ୍ୟା ମଧୁସ୍ମିତା ଦୋରା (ଆଇନଜୀବୀ) ଓ ସ୍ଵାତୀ ସାହୁ, ଉପଦେଷ୍ଟା ମଣ୍ଡଳୀର ସଦସ୍ୟ ଶାନ୍ତାନୁ ତ୍ରିପାଠୀ, ପ୍ରିତେଶ ବହିଦାର, ସୁନୀଲ ଅଗ୍ରୱ।ଲ, ଶୁଭମ ପଟ୍ଟନାୟକଙ୍କୁ ପ୍ରିତେଶ ବହିଦାର ନୂତନ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଡଃ. ଦ୍ଵାଦଶ କୁମାର ପଧାନ ନୂତନ ଛାତ୍ର ସଂସଦର ସଦସ୍ୟ ମାନଙ୍କୁ ମାର୍ଗଦର୍ଶନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନେକ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ରହି ସଭାକୁ ଆଗେଇ ନେଇଥିଲେ । ଶେଷରେ ସମ୍ପାଦକ ଜନକ ଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

jittmm
Leave A Reply

Your email address will not be published.