ବଲାଙ୍ଗିର, (କେପିଏନ୍ଏସ୍) : ଛତିଶଗଡ ସରକାରଙ୍କ ସଂସ୍କୃତି ବିଭାଗ, ଛତିଶଗଡ଼ ପର୍ଯ୍ୟଟନ ବୋର୍ଡ ଏବଂ ରାୟପୁର (ଛତିଶଗଡ଼)ରୁ ପ୍ରକାଶିତ ପ୍ରତିଷ୍ଠିତ ମାସିକ କାର୍ଟୁନ୍ ପତ୍ରିକା ‘କାର୍ଟୁନ୍ ୱାଚ୍’ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏକ ସର୍ବଭାରତୀୟ କାର୍ଟୁନ୍ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଷ୍ଠିତ କାର୍ଟୁନିଷ୍ଟ ଭ୍ରାତୃଦ୍ୱୟ ଅଶ୍ୱିନୀ-ଅବନୀଙ୍କ ଏକ କାର୍ଟୁନ ସ୍ୱତନ୍ତ୍ର ପୁରସ୍କାର ଲାଭ କରିଛନ୍ତି । ‘ବିଶ୍ୱ କାର୍ଟୁନିଷ୍ଟ ଦିବସ-୨୦୨୩’ ପାଳନ ପରିପ୍ରେକ୍ଷୀରେ ଏହି ପ୍ରତିଯୋଗିତାଟି ‘କିପ୍ କ୍ଲିନ୍ ଆୱାର-ଆୱାର କଲ୍ଚରାଲ ହେରିଟେଜ ଆଣ୍ଡ ଟୁରିଷ୍ଟ ପ୍ଲେସ୍’ ବିଷୟବସ୍ତୁ ଉପରେ ଆଧାରିତ ଥିଲା । ସଂପ୍ରତି ପୁରସ୍କୃତ ହୋଇଥିବା ଅଶ୍ୱନୀ-ଅବନୀଙ୍କ ବ୍ୟଙ୍ଗଚିତ୍ରଟିରେ ମନୁଷ୍ୟକୃତ ପ୍ରଦୂଷଣ ହେତୁ ନଷ୍ଟପ୍ରାୟ ସାଂସ୍କୃତିକ କ୍ଷେତ୍ର ତଥା ପର୍ଯ୍ୟଟନସ୍ଥଳୀଗୁଡିକର ସୁରକ୍ଷା ସଂପର୍କରେ ଏକ ବଳିଷ୍ଠ ବ୍ୟଙ୍ଗାଧାରିତ ଆହ୍ୱାନ ପ୍ରଦାନ କରାଯାଇଛି ।