କବି ଶ୍ରୀମତୀ ଶୁଚିସ୍ମିତା ପଣ୍ଡାଙ୍କୁ ଓଡିଶା ରତ୍ନ ଓ ଜିଲ୍ଲା ରତ୍ନ ପୁରସ୍କାର

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଫର୍ଟିଲାଇଜର ଟାଉନସିପର ବିଶିଷ୍ଟ ନାରୀ କବି ଶ୍ରୀମତୀ ଶୁଚିସ୍ମିତା ପଣ୍ଡାଙ୍କୁ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗର ଓଡିଶା ସଂସ୍କୃତି କଳା ଏକାଡେମୀ ଓ ସଙ୍ଗୀତ ମୂର୍ଚ୍ଛନା ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବରେ ଓଡିଶା ରତ୍ନ ଓ ଜିଲ୍ଲା ରତ୍ନ ସମ୍ମାନରେ ଭୁବନେଶ୍ୱର ସ୍ଥିତ ଭଞ୍ଜ କଳା ମଣ୍ଡପ ଠାରେ ବିଭୂଷିତ କରାଯାଇଛି । ଶ୍ରୀମତୀ ପଣ୍ଡାଙ୍କର ସାହିତ୍ୟ ସୃଷ୍ଟିରେ ଅପାର ପାରଦର୍ଶିତା ରହିଥିବାରୁ ଓଡିଶାର ଏହି ମଞ୍ଚ ତାଙ୍କୁ ଚୟନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି ଉତ୍ସବରେ ମହାନ ସଙ୍ଗୀତଜ୍ଞ ଶ୍ରୀତମ ଗୌତମ ତାଙ୍କୁ ଫଳକ, ଉପଢୌକନ ଦେଇ ତାଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ସହାୟକ ହୋଇଥିଲେ । ଏହି ସଭାରେ ଓଡିଶାର ବହୁ ମାନ୍ୟଗଣ୍ୟ ତାରକା ଯଥା ଗୀତା ଦାସ, ବିଷ୍ଣୁ ଦାସ, ହ୍ୟୁମାନ ସାଗର, ଯାତ୍ରା ନାୟକ ଦ୍ୱାରିକା କର ମଧ୍ୟ ସମ୍ମାନିତ ହୋଇଥିଲେ । ଏହା ରାଉରକେଲା ପାଇଁ ନିଶ୍ଚିତ ଏକ ଗର୍ବ ଓ ଗୌରବର କଥା ବୋଲି ମତପ୍ରକାଶ ପାଇଛି ।

Leave A Reply

Your email address will not be published.