ଜିଲ୍ଲା ସ୍ତରୀୟ ସମବାୟ ସପ୍ତାହ ପାଳନ ଅବସରରେ ଶ୍ରୀ ଶକ୍ତି ମଲ୍ଟିପର୍ପୋଜ କୋପୋରେଟିଭ ପୁରସ୍କୃତ

ସମ୍ବଲପୁର, (କେପିଏନ୍‌ଏସ୍‌) : ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ତପସ୍ଵିନୀ ପ୍ରେକ୍ଷାଳୟ ସମବାୟ ସଂସ୍ଥା ସମ୍ବଲପୁରର ଆୟୋଜନ କ୍ରମେ ସର୍ବ ଭାରତୀୟ ୭୨ ତମ ସମବାୟ ସପ୍ତାହ ପାଳନ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ସମବାୟ ସଂସ୍ଥାର ଉପ ନିବନ୍ଧକ ସମବାୟ ସମିତି, ସମ୍ବଲପୁର ସଭାପତିତ୍ୱରେ ଭାରତ ସରକାରଙ୍କ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟ ଅତିଥି, ବିଶେଷ ସମ୍ମାନିତ ଅତିଥି ରବିନାରାୟଣ ନାୟକ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ, ଓଡ଼ିଶା ସରକାର, ସମ୍ମାନିତ ଅତିଥିଭାବେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ସ୍ଵତନ୍ତ୍ର ଅତିଥି ସିଦ୍ଧେଶ୍ୱର ବଳିରମ୍ ବୋନ୍ଦର, ଜିଲ୍ଲାପାଳ,ସମ୍ବଲପୁର, ମୁଖ୍ୟ ବକ୍ତା ଡକ୍ଟର ସଞ୍ଜୀବ କୁମାର୍ ହୋତା, ସମବାୟ ପରିଚାଳନା ପ୍ରତିଷ୍ଠାନ, ଉପ ନିର୍ଦ୍ଦେଶକ ଭୁବନେଶ୍ୱର ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀ ଶକ୍ତି ସମବାୟ ବହୁମୁଖି ମହିଳା ସମବାୟ ସମିତିର କାର୍ଯ୍ୟାଳୟ ଥେଲକୋଇଲିଠାରେ ଅବସ୍ଥିତ । ବର୍ତ୍ତମାନ ଏହି ସମବାୟ ସମିତି ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ରେଙ୍ଗାଲି ବ୍ଲକର ଠେଲକୋଇଠାରେ ୪ ଟି ଗ୍ରାମ ପଞ୍ଚାୟତ ଯଥା ଲପାଙ୍ଗା, ଖିଣ୍ଡା, ଘିଚାମୁରା ଓ ଠେଲ୍ କୋଇକୁ ନେଇ ଗଠନ କରାଯାଇଛି । ଏହି ସମବାୟ ସଂସ୍ଥାର ମହିଳାମାନଙ୍କୁ ସାମାଜିକ, ଆର୍ଥିକ ଓ ଉଦ୍ୟୋଗୀ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ । ବର୍ତ୍ତମାନ ୧୦୧୫ ଜଣ ସଭ୍ୟା ଏହାର ଅଂଶୀଦାର ଅଛନ୍ତି । ଆଗମୀ ଦିନରେ ୨୦୦୦ ଜଣ ସଭ୍ୟାଙ୍କୁ ସଂଶ୍ଳିଷ୍ଟ କରାଯିବ । ଏହି ସମବାୟ ସଂସ୍ଥାକୁ ଜେଏସ୍ ଡବ୍ଲୁ କମ୍ପାନୀର ସାମାଜିକ ଦାୟିତ୍ଵ ବୋଧ ପ୍ରକଳ୍ପ ମାଧ୍ୟମରେ ଦିଲ୍ଲୀ ସ୍ଥିତ ଏକ୍ସେସ ଡେଭଲପମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ଦ୍ଵାରା ପାରିପାଶ୍ୱିକ ଗ୍ରାମର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା କମ୍ପାନୀର ମୂଳ ଲକ୍ଷ୍ୟ । ଏହା ସମ୍ବଲପୁର ଜିଲ୍ଲାର ଡି ଆର୍ ସି ଏସରେ ମାର୍ଚ୍ଚ ୨୦୨୪ ରେ ପଞ୍ଜୀକୃତ କରାଯାଇଛି । ଏହି ସମବାୟ ସଂସ୍ଥା ଦ୍ୱାରା ମହିଳା ମାନଙ୍କୁ କୁକୁଡ଼ା ଚାଷ, ଛତୁ ଚାଷ, ଗାଈ ଚାଷ, ସମ୍ବଲପୁରୀ ଶାଢ଼ୀ ତିଆରି କରିବାପାଇଁ ତାଲିମ ଦେବା ସହିତ ଦକ୍ଷତା ବୃଦ୍ଧି କରି ଋଣ ମଧ୍ୟ ପ୍ରଦାନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୧୬୦୫ ମହିଳାଙ୍କୁ ସ୍ୱାବଲମ୍ବୀ କରାଯାଇପାରିଛି । ଏହି ସମବାୟ ସଂସ୍ଥାର ସଭ୍ୟାମାନଙ୍କ ଦ୍ଵାରା ଉତ୍ପାଦିତ ଫିନାଇଲ, ସମ୍ବଲପୁରୀ ଶାଢ଼ୀ, ମିକ୍ସଚର, ବାସନ ସଫା ଲିକୁଇଟ ଇତ୍ୟାଦି ସମବାୟର ଷ୍ଟଲକୁ ଧର୍ମେନ୍ଦ୍ର ପ୍ରଧାନ ପରିଦର୍ଶନ କରି ମହିଳାମାନଙ୍କ ସହ ଆଲୋଚନା କରି ସମବାୟର ସଫଳତା ପାଇଁ ଜିଲ୍ଲା ସ୍ତରରେ ମାନପତ୍ର ସହ ପୁରସ୍କାର ପ୍ରଦାନ କରିଥିଲେ ।

Leave A Reply

Your email address will not be published.