oom

ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଵଚ୍ଛ ସର୍ବେକ୍ଷଣ -୨୦୨୨ ନିମନ୍ତେ ପୁରସ୍କୃତ

jsmm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଵଚ୍ଛ ସର୍ବେକ୍ଷଣ -୨୦୨୨ ନିମନ୍ତେ ପୁରସ୍କୃତ ହୋଇଛି । ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ତରଫରୁ ପ୍ରକଳ୍ପ ନିର୍ଦେଶକ, ସୁବର୍ଣ୍ଣପୁର ଜିଲ୍ଳା ସହରାଞ୍ଚଳ ଉନ୍ନୟନ ପ୍ରାଧିକରଣ ନିହାର ରଞ୍ଜନ କଁହର, ଅଧ୍ୟକ୍ଷ ବିନିକା ଏନଏସି ସୁବାଷ ଚନ୍ଦ୍ର ଭୋଇ, ଇଓ ଏନଏସି ଶ୍ରୀକୁମାର ରଥ ଏବଂ ପରିମଳ ବିଶେଷଜ୍ଞ ବିନିକା ଏନଏସି ସାଗରିକା ପାତ୍ର ପ୍ରମୁଖ ତା ୦୧/୧୦/୨୨ରେ ଦିଲ୍ଲୀ ତାଲକୋଟରା ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ସ୍ୱତନ୍ତ୍ର ସମାରୋହରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସଦୟ ଉପସ୍ଥିତିରେ ମାନ୍ୟବର ରାଷ୍ଟ୍ରମନ୍ତ୍ରୀ ଗୃହ ଓ ସହରାଞ୍ଚଳ କୌଶଳ କିଶୋରଙ୍କ ଠାରୁ ପୁରସ୍କାର ଓ ମାନପତ୍ର ଗ୍ରହଣ କରିଛନ୍ତି । ସଚିବ ମନୋଜ ଯୋଶୀ ଏବଂ ମିଶନ ନିର୍ଦ୍ଦେଶକ ରୂପା ମିଶ୍ର ପ୍ରମୁଖ କାର୍ୟ୍ୟକ୍ରମ ଅବସରରେ ଉପସ୍ଥିତ ରହିଥିଲେ । ଏହି ପୁରସ୍କାର ଜିଲ୍ଳା ତଥା ଅଂଚଳ ନିମନ୍ତେ ଗର୍ବ ଓ ଗୌରବ ଆଣି ଥିବାରୁ ଜିଲ୍ଳା ସହରାଞ୍ଚଳ ଉନ୍ନୟନ ପ୍ରାଧିକରଣ ଶ୍ରୀ କଁହର ବିନିକା ସହରବାସୀ ତଥା ବିଜ୍ଞାପିତ ପରିଷଦର ଲୋକ ପ୍ରତିନିଧି, କାର୍ୟ୍ୟାଳୟ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ।

jittmm
Leave A Reply

Your email address will not be published.