ଶିକ୍ଷକ ଆଶୁତୋଷ ପୂଝାରୀଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ଆଗଲପୁର : ଆଗଲପୁର ପଂଚାୟତ ଉଚ୍ଚ ବିଦ୍ୟାଳୟର ଇଂରାଜୀ ଶିକ୍ଷକ ଆଶୁତୋଷ ପୂଝାରୀ ‘ପଞ୍ଚସଖା ଶିକ୍ଷାସେତୁ’ ସଂଗଠନର ପରାମର୍ଶ କ୍ରମେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଛନ୍ତି । ଜିଲ୍ଲା ସ୍ତରୀୟ ଗୁରୁଦିବସ ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ଦିଭାଗ ତରଫରୁ ତାଙ୍କୁ ମାନପ‌ତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ଶ୍ରୀ ପୂଝାରୀ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ରେଙ୍ଗାଲି ଗ୍ରାମର ହିତବନ୍ଧୁ ପୂଝାରୀ ଏବଂ ମୈଥୁଳି ପୂଝାରୀଙ୍କ ସୁପୁତ୍ର ଅଟନ୍ତି । ଏହି ସଫଳତାର ଶ୍ରେୟ ସେ ନିଜ ପିତାମାତା, ଗୁରୁଜନ, ପରିବାର, ଛାତ୍ରବୃନ୍ଦ, ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନସ ଦୋରାଙ୍କ ସମେତ ନିଜର ସହକର୍ମୀ ମାନଙ୍କୁ ଦେଇଛନ୍ତି ।

Leave A Reply

Your email address will not be published.