om academy

କୃତି ଇଂରାଜୀ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ତଥା କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କୁ ଇଂରାଜୀ ବିଷୟରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୩-୨୪ ପ୍ରଦାନ କରାଯାଇଛି । ଏଠି ଉଲ୍ଲେଖ ଯୋଗ୍ୟ ଯେ ଶ୍ରୀ ପାଣିଗ୍ରାହୀ ଦୀର୍ଘ ୩୩ ବର୍ଷ ଧରି ଇଂରାଜୀ ଭାଷାର ଜଣେ ପ୍ରବୀଣ ଶିକ୍ଷକ ଭାବରେ ଅଂଚଳରେ ଖ୍ୟାତିଲାଭ କରିଛନ୍ତି । ତାଙ୍କ ଦ୍ୱାର ଲିଖିତ ଇଂରାଜୀ ପୁସ୍ତକ ଓଡିଶା ମାଧ୍ୟମିକ ପରିଷଦ, କଟକ ଦ୍ୱାରା ପ୍ରକାଶିତ ହୋଇ ଡାଏଟରେ ଦ୍ଵିତୀୟ ବର୍ଷରେ ପ୍ରଚଳିତ ଅଛି । ବହୁ ବର୍ଷ ଧରି ସେ ରାଜ୍ୟ ସାଧନ କର୍ମୀ ତଥ ଜିଲ୍ଲା ସାଧନ କର୍ମୀ ଭାବରେ କାର୍ଯ୍ୟ କରି ଆସୁଛନ୍ତି । ସେ ତାଙ୍କର ଏହି କୃତିତ୍ୱ ପାଇଁ ବାପା ରାମନାରାୟଣ ପାଣିଗ୍ରାହୀ ତଥା ସମସ୍ତ ଶୁଭେଚ୍ଛୁଙ୍କୁ ଶ୍ରେୟ ଦେଇଛନ୍ତି ।

Leave A Reply

Your email address will not be published.