କୁମାରକେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଜିଲ୍ଲାର ଶ୍ରେଷ୍ଠ ବିଦ୍ୟାଳୟ ପୁରସ୍କାର

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା, ଉଲୁଣ୍ଡା ବ୍ଲକ, ମହଦା ପଂଚାୟତ ଅନ୍ତର୍ଗତ କୁମାରକେଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ୨୦୨୪-୨୫ ଶିକ୍ଷା ବର୍ଷର ଶ୍ରେଷ୍ଠ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମାନରେ ସମ୍ମାନିତ କରାଯାଇଛି । ଜିଲ୍ଲା ସଦର ମହକୁମାରେ ଆୟୋଜିତ ସାଧାରଣତନ୍ତ୍ର ଦିବସରେ ଓଡିଶା ସରକାରଙ୍କ ଗ୍ରାମୀଣ ବିକାଶ, ପଂଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବିନାରାୟଣ ନାଏକ, ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଓ ଆରକ୍ଷୀ ଅଧିକାରୀ ରାମପ୍ରସାଦ ସାହୁଙ୍କ ଉପସ୍ଥିତିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଷିକେଶ ଚାନ୍ଦଙ୍କୁ ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରାଯାଇଛି । ଚଳିତ ଶିକ୍ଷାବର୍ଷରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ବ୍ଲକ ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତର ପର୍ଯ୍ୟନ୍ତ ଶୈକ୍ଷିକ ଓ ଅଣ ଶୈକ୍ଷିକ କ୍ଷେତ୍ରରେ ୩୪ଟି ସଫଳତା ହାସଲ କରିଥିବା ବେଳେ ଗତକାଲି ସନ୍ଧ୍ୟାରେ ଟାଉନହଲ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ ଲୁସି ସାହୁ ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ସୂଚନା ଥାଉ କି ଗତ ୨୦୨୩-୨୪ ଶିକ୍ଷାବର୍ଷରେ ବିଦ୍ୟାଳୟ, ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ସମ୍ମାନିତ ହୋଇଥିଲା । ବିଦ୍ୟାଳୟର ଏହି ସଫଳତାରେ ସମସ୍ତ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ, ଅଭିଭାବିକା, ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ପରିଚାଳନା କମିଟିର ସଦସ୍ୟ ବୃନ୍ଦ ଖୁସି ହୋଇଥିଲେ । ଆଜି ଏହି କ୍ରମରେ ଏକ ଧନ୍ୟବାଦ ସଭାର ଆୟୋଜନ କରାଯାଇଥିଲା । ପରିଚାଳନା କମିଟି ସଭାପତି ରଞ୍ଜନ ପଧାନ, ଉପ ସଭାପତି ଜପ ଖୁରା, ସକ୍ରିୟ ସଦସ୍ୟ ବିନୋଦ ମହାପାତ୍ର, ରଞ୍ଜନ ସେଠି, ପ୍ରମୋଦ ବେହେରା, ଛବିଳ ମେହେର, ଗୌତମ ଭୋଇ, ପଙ୍କଜ ପଧାନ, ବାସନ୍ତୀ ଦାସ, ଯୁଗେଶ୍ୱରୀ ମିଶ୍ର, କୁମାର ଖୁରା, ବିକାଶ ଦାସ, ଫିରୋଜ ବେହେରା, ରବି ବେହେରା, ବନମାଳୀ ପଧାନ, ସଂଜୁ ବିଭାର, ଶାରଦା ନାଏକ, ସାନ୍ତାଜ ଖୁରା, ଶିକ୍ଷକ ଶିବରାମ ଚାନ୍ଦ, ଦିଲ୍ଲୀପ ପଣ୍ଡା, ଅଚ୍ୟୁତ ରଣା, ଭରତ ହରିପାଲ ଏବଂ ସରପଞ୍ଚ ପ୍ରତିନିଧି ପ୍ରଦୀପ ଶତପଥୀ ଓ ଆଞ୍ଚଳିକ ସଂଯୋଜକ ଶରତ ସେଠି ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.