oum

ସେକ୍ଟର ୬ ସରକାରୀ ହାଇସ୍କୁଲରେ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୬ସ୍ଥିତ ସରକାରୀ ହାଇସ୍କୁଲର ୪୮ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ସ୍କୁଲ ପରିସରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ରଙ୍କ ସଭାପତିତ୍ୱ ଓ ଶିକ୍ଷକ ନିରଞ୍ଜନ ପରିଡ଼ାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଶ୍ରା ବ୍ଲକ ଶିକ୍ଷାଧିକାରୀ ବେଣୁଧର ସ୍ୱାଇଁ ଓ ଅନ୍ୟତମ ଅତିଥି ଭାବେ ସୁଧୀର ସୁନ୍ଦରରାୟ, ସିଆର୍‌ସିସି ଦୀପକ କୁମାର ସାମଲ, ସମାଜସେବୀ ଦିଲ୍ଲିପ ଦାଶ, ଗଣେଶ୍ୱର ରାୟ ପ୍ରମୁଖ ଯୋଗଦେଇ ଥିଲେ । ମୁଖ୍ୟଅତିଥି ଶ୍ରୀ ତରାଇ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଏହି ବିଦ୍ୟାଳୟ ହେଉଛି ମୋ ପାଇଁ ମନ୍ଦିର ଓ ଏହି ମାଟି ମୋ ପାଇଁ ପବିତ୍ର । ସେହିପରି ଛାତ୍ରଛାତ୍ରୀମାନେ ଉତ୍ତମ ଚରିତ୍ର ଗଠନ ସହ ପାଠ ଓ ଖେଳକୁଦ ପ୍ରତି ଆଗ୍ରହ ରଖିବା ଦରକାର । ସମ୍ମାନିତ ଅତିଥି ଓ ଅନ୍ୟ ଅତିଥିମାନେ ସୁନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ । ସେହିପରି ମୁଖ୍ୟ ଅତିଥିଙ୍କୁ ବିଦ୍ୟାଳୟର ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଯାଇଥିଲା । ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ସ୍ନେହମୟୀ ସାମଲ ଓ ଜେନିପ୍ରିୟା ଲାକ୍ରା ପରିଚାଳନା କରିଥିଲେ । ଚଳିତ ଥର ଏଚ୍‌ଏସ୍‌ସିରେ ସର୍ବାଧିକ ନମ୍ବର ରଖିଥିବା ଭୂବନ ଅଡାପା ଓ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ସର୍ବଶ୍ରୀ ମୁରଲୀଧର ବେହେରା, ତୃପ୍ତିମୟୀ ଦ୍ୱିବେଦୀ, ସତ୍ୟବ୍ରତ ସାହୁ, ନିରନ୍ତର ହରୋ, ପାର୍ବତୀ ବାରିକ, ଆରତୀ ଷଡ଼ଙ୍ଗୀ, ପୁଷ୍ପା ତନ୍ତୀ, ସୌମିତ୍ରୀ ମିଶ୍ର, ଅନିରୁଦ୍ଧ ସାହୁ, ଜଗନ୍ନାଥ ପରିଡ଼ା, ନିରଞ୍ଜନ ପରିଡ଼ା, ପ୍ରୀତି ନନ୍ଦା, ଶ୍ରଦ୍ଧାଞ୍ଜଳି କର, ସୁଜାତା ଜେନା, ଗୌରବ ମହନ୍ତ, ବବିତା ଜେନା, ନିବେଦିତା ଶତପଥୀ, ସୁମିତ୍ରା ବଡାଇକ, ରୋଶନୀ ଏକ୍କା, ବିଶ୍ୱସ୍ୱରୁପ ସାହୁ, ଅମ୍ବିକା ବାରିକ ପ୍ରମୁଖ ସହଯୋଗ କରିଥିବା ବେଳେ ଶିକ୍ଷକ ମାନସ ରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.