
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ନାଟକ ‘ଅନ୍ଧାରର ଆର୍ତ୍ତନାଦ’କୁ ଶ୍ରେଷ୍ଠ ପ୍ରଯୋଜନା ପୁରସ୍କାର ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲା ମଞ୍ଚ କଳାକାର ସମ୍ମିଳନୀ ଦ୍ୱାରା ବ୍ରହ୍ମପୁର କଳାକାର ଏକତା ମଞ୍ଚ ସହାୟତାରେ ଅନୁଷ୍ଠିତ ଷଷ୍ଠ ରାଜ୍ୟସ୍ତରୀୟ ତଥା ୩୨ତମ ଦକ୍ଷିଣ ଓଡ଼ିଶା ନାଟକ ମହୋତ୍ସବ ସଫଳତାର ସହ ଶେଷ ହୋଇଯାଇଛି । ଏହି ମହୋତ୍ସବରେ ପ୍ରଦର୍ଶିତ ଛଅଗୋଟି ନାଟକ ମଧ୍ୟରୁ ବ୍ରହ୍ମପୁର ଜଗବଳିଆ କଲ୍ଚରାଲ ଏକାଡେମୀ ଦ୍ୱାରା ପ୍ରଦର୍ଶିତ ନାଟକ ‘ଅନ୍ଧାରର ଆର୍ତ୍ତନାଦ’କୁ ଶ୍ରେଷ୍ଠ ପ୍ରଯୋଜନା ପୁରସ୍କାର ମିଳିଛି ।