oom

ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା କମିଟିକୁ ରାଜ୍ୟ ସ୍ତରରେ ପ୍ରଥମ ପୁରସ୍କାର

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ପଂଚାୟତ ଶତ୍ରୁଶୋଲ ଗ୍ରାମ ନିକଟରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା କମିଟିକୁ ପରିଚାଳନା କ୍ଷେତ୍ରରେ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର କଲ୍ୟାଣ ମଣ୍ଡପରେ ପ୍ରଥମ ପୁରସ୍କାର ରାଜ୍ୟ ସରକାରଙ୍କ ଦ୍ୱାରା ପୂର୍ବତନ ଅଧ୍ୟକ୍ଷ ତଥା କମିଟିର ସଦସ୍ୟ ସୁରଥ ପାହାନ, ସରପଞ୍ଚ, ଗ୍ରାମର କର୍ମକର୍ତ୍ତା ପରିଚାଳନା ସଦସ୍ୟଙ୍କ ଉପସ୍ଥିତରେ ମାନପତ୍ର, ସିଲ ଓ ୧୦ ହଜାର ଟଙ୍କା ଧନରାଶି ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିଚାଳନା କମିଟିର କର୍ମକର୍ତ୍ତା ଓ ସଦସ୍ୟମାନଙ୍କୁ ଉଚ୍ଚ ପ୍ରଶଂସା କରିବା ସହ କୃତଜ୍ଞତା ଜଣାଇଥିଲେ । ରବୀନ୍ଦ୍ର ମଣ୍ଡପ ମଧ୍ୟରେ ଏକ ସମାରୋହରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଅଗ୍ନିଶମ ବିଭାଗ ପୋଲିସ ମହାନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ, ଆଇନ ଶୃଙ୍ଖଳା ଅତିରିକ୍ତ ମହାନିର୍ଦ୍ଦେଶକ ଆର. କେ ଶର୍ମା ପ୍ରମୁଖ ଯୋଗଦେଇ ଥିଲେ । ଏହି ଅବସରରେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକର ପାଟପାରିଆ ଆଶ୍ରୟସ୍ଥଳୀ ଦ୍ୱିତୀୟ ଓ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଲକର ଲୁଙ୍ଗା ଆଶ୍ରୟସ୍ଥଳୀ ପରିଚାଳନା କମିଟିକୁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ଶତ୍ରୁଶୋଲ ପରିଚାଳନା କମିଟିକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ସୂଚାନ ଯୋଗ୍ୟ ଯେ, ମହାବାତ୍ୟାର ବିପର୍ଯ୍ୟୟ ସମୟରେ ବହୁଧନଜୀବନ ହାନୀ ହୋଇଥିଲା । ଓଡିଶା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ
ନିଜର ସ୍ଥିତି ସୁଦୃଢ କରିବା ସହ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ।

jittmm
Leave A Reply

Your email address will not be published.