ଜାତୀୟ ଦଳଗତ ଚେସ୍‌ ପ୍ରତିଯୋଗିତାରେ ଓଡ଼ିଶା ମହିଳା ଓ ପୁରୁଷ ଦଳ ପୁରସ୍କୃତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ତାମିଲନାଡୁର ପୋଲାଚୀଠାରେ ଚଳିତ ମାସ ୧୦ରୁ ୧୬ ପର୍ଯ୍ୟନ୍ତ ଜାତୀୟ ଦଳଗତ ଚେସ୍‌ (ପୁରୁଷ ଓ ମହିଳା) ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଂଶଗ୍ରହଣ କରିଥିବା ଓଡ଼ିଶା ମହିଳା ଓ ପୁରୁଷ ଦଳ ୭ମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । କ୍ୟାଣ୍ଡିଡେଟ ମାଷ୍ଟର (ସିଏମ୍‌) ଅପରାଜିତା ଗୋଚ୍ଛିକାର, ସ୍ମାରକୀ ମହାନ୍ତି, ଅନନ୍ୟା କବି, ଆଦ୍ୟାଶା ପଟ୍ଟନାୟକ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ ।

ପୁରୁଷ ଦଳରେ ଅନ୍ତର୍ଜାତୀୟ ମାଷ୍ଟର (ଆଇଏମ୍‌) ସିଦ୍ଧାନ୍ତ ମହାପାତ୍ର, ଆଇଏମ୍‌ ଉତ୍କଳ ରଞ୍ଜନ ସାହୁ, ରାଜେଶ ନାୟକ, ନିଲସୁ ପଟ୍ଟନାୟକ ଓ ତପନ ବଡମୁଣ୍ଡି ସାମିଲ ଥିଲେ । ଅପରାଜିତା ଗୋଚ୍ଛିକାର ଓ ସିଦ୍ଧାନ୍ତ ମହାପାତ୍ର ଯଥାକ୍ରମେ ଓଡ଼ିଶା ମହିଳା ଓ ପୁରୁଷ ଦଳର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ । ଦଳର ଏପରି ସଫଳତା ପାଇଁ ଅଲ୍‌ଓଡ଼ିଶା ଚେସ୍‌ ଆସୋସିଏସନ୍‌ (ଏଓସିଏ) ସଭାପତି ଜି. ସି. ମହାପାତ୍ର, ସମ୍ପାଦକ ଦେବବ୍ରତ ଭଟ୍ଟ, ଏଆଇସିଏଫ୍‌ ଯୁଗ୍ମ ସଚିବ ରଞ୍ଜନ ମହାନ୍ତି ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Comments are closed, but trackbacks and pingbacks are open.