ସୁରକ୍ଷା, ସିଏସ୍‌ଆର୍‌, ବିକାଶ ଏବଂ ସ୍ୱଚ୍ଛତା ଆଦିରେ ଉତ୍କୃଷ୍ଟ ଯୋଗଦାନ ପାଇଁ ଏମ୍‌ସିଏଲ୍‌ ପୁରସ୍କୃତ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : କୋଲ ଇଣ୍ଡିଆର ୪୮ତମ ପ୍ରତିଷ୍ଠା ଦିବସରେ ମହାନଦୀ କୋଲ୍‌ ଫିଲ୍‌ଡ୍ସ ଲିମିଟେଡ୍‌ (ଏମ୍‌ସିଏଲ୍‌)କୁ ପୁରସ୍କୃତ କରାଯାଇଛି । ସୁରକ୍ଷା, ସିଏସ୍‌ଆର୍‌, ବିକାଶ ଏବଂ ସ୍ବଚ୍ଛତା ଆଦିରେ ଉତ୍କୃଷ୍ଟ ଯୋଗଦାନ ପାଇଁ ଏମ୍‌ସିଏଲ୍‌କୁ ଉକ୍ତ ପୁରସ୍କାର ପ୍ରଦାନ କରାଯାଇଛି । କୋଲକାତାଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ କେନ୍ଦ୍ର କୋଇଲା, ଖଣି ଏବଂ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ଠାରୁ ଏମ୍‌ସିଏଲ୍‌ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଓ.ପି. ସିଂହ ଉକ୍ତ ପୁରସ୍କାର ଗ୍ରହଣ କରିଥିଲେ । ସେହିପରି କୋଇଲା ଉତ୍ପାଦନରେ ବିଶେଷ ଯୋଗଦାନ ନିମନ୍ତେ ଜଗନ୍ନାଥ କ୍ଷେତ୍ରର ମହାପ୍ରବନ୍ଧକ ଏ.କେ. ଧଳଙ୍କୁ ମଧ୍ୟ ଶ୍ରେଷ୍ଠ କ୍ଷେତ୍ର ମହାପ୍ରବନ୍ଧକ ପୁରସ୍କାର ଏବଂ ଏମ୍‌ସିଏଲ୍‌ ମୁଖ୍ୟାଳୟର ମହାପ୍ରବନ୍ଧକ (ସାମଗ୍ରୀ ପ୍ରବନ୍ଧନ) ମିହିର ଚନ୍ଦ୍ରାଙ୍କୁ ଶ୍ରେଷ୍ଠ ବିଭାଗାଧ୍ୟକ୍ଷ ପୁରସ୍କାର ପ୍ରଦାନ କରାଯାଇଛି ।

Leave A Reply

Your email address will not be published.