oom

ଜନଜାତି କୃତି ଛାତ୍ରୀଙ୍କୁ ୧୦ ହଜାର ଟଙ୍କା ପୁରସ୍କାର

jsmm

ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକର ଅନୁସୂଚିତ ଜନଜାତି ବର୍ଗର ପିଲାଙ୍କ ଭିତରୁ ତରତରୀସ୍ଥିତ ବାଳିକା ବିଦ୍ୟା ନିକେତନର ଛାତ୍ରୀ ଜ୍ୟୋତିପ୍ରିୟା ମାଝୀ ଚଳିତ ମାଟ୍ରିକ ପରୀକ୍ଷାରେ ସର୍ବାଧିକ ୫୩୩ ନମ୍ବର ରଖି ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହି ଅବସରରେ ସମ୍ପୃକ୍ତା ଛାତ୍ରୀଙ୍କ ଶିକ୍ଷା ପ୍ରତି ଉତ୍ସାହ ବୃଦ୍ଧି କରିବା ଉଦ୍ଦେଶ୍ୟରେ ନୀଳଗିରି ୟୁକୋ ବ୍ୟାଙ୍କ ୧୦ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି । ବିଶେଷକରି ଏହି ଆଇଟିଡିଏ ବ୍ଲକରେ ଅନୁସୂଚିତ ଜନଜାତି ବର୍ଗର ପିଲାଙ୍କ ଭିତରେ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇ ସେମାନଙ୍କୁ ଶିକ୍ଷିତ କରାଇବା ଲକ୍ଷ୍ୟରେ ୟୁକୋ ବ୍ୟାଙ୍କ ଏଭଳି ସହାୟତା କରିଛି ବୋଲି ଶାଖା ପରିଚାଳକ ଆକାଶ ମହାନ୍ତି କହିଛନ୍ତି । ନୀଳଗିରି ଉପଜିଲ୍ଲାପାଳ ତଥା ଭାରପ୍ରାପ୍ତ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଦୀପ୍ତିରଞ୍ଜନ ସେଠୀ ସମ୍ପୃକ୍ତା ଛାତ୍ରୀଙ୍କୁ ଉକ୍ତ ରାଶି ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡବ୍ଲ୍ୟୁଇଓ ଶୈଳେନ୍ଦ୍ର ଶତପଥୀ, ତରତରୀ ବାଳିକା ବିଦ୍ୟା ନିକେତନର ପ୍ରଧାନ ଶିକ୍ଷକ ବିକାଶ ରଞ୍ଜନ ଜେନା ସହାୟତା ରାଶି ପ୍ରଦାନ ସମୟରେ ଉପସ୍ଥିତ ରହି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.