ଚତୁର୍ଥ ଥର ପାଇଁ ସର୍ବତ୍କୃଷ୍ଟ ରାଜ୍ୟ କାୟାକଳ୍ପ କମାନ୍‌ଡେବୁଲ ପୁରସ୍କାର – ୨୦୨୩ ଦ୍ୱାରା ସମ୍ମାନିତ ହେଲା ଶାସ୍ତ୍ରୀ ନଗର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଦ୍ୱାରା ସହରର ଅନ୍ୟତମ ସାମାଜିକ ଅନୁଷ୍ଠାନ ନେସନାଲ ପିସ ଊନୀସନ ଦ୍ୱାରା ପରିଚାଳିତ ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଶାସ୍ତ୍ରୀ ନଗରକୁ ଚଳିତ ବର୍ଷ ୨୦୨୩ ରାଜ୍ୟ ସରକାରଙ୍କ ସର୍ବତ୍କୃଷ୍ଟ କାୟାକଳ୍ପ କମାନଡେବୁଲ ପୁରସ୍କାର ଦ୍ୱାରା ସମ୍ମାନିତ କରାଯାଇଛି । ଉକ୍ତ ପୁରସ୍କାର ଓଡିଶା ରାଜ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିୟୋଜିତ ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସଂଗଠନ ଚିକିତ୍ସାଳୟର ସବିଶେଷ ୧୨୦ ଗୋଟି ଯାଞ୍ଚସୂଚିକୁ ନେଇ ରାଜ୍ୟର ଏକ ସ୍ୱତନ୍ତ୍ର ଦଳ ପରିଦର୍ଶନ କରନ୍ତି । ଏହି ଦଳ ଚିକିତ୍ସାଳୟକୁ ଆସି ସ୍ୱାସ୍ଥ୍ୟକେନ୍ଦ୍ରର ସବିଶେଷ ଆକଳନ କରି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇ ଉତ୍କୃଷ୍ଟ ସ୍ୱାସ୍ଥ୍ୟ ଅନୁଷ୍ଠାନ ଭାବେ ଘୋଷଣା କରନ୍ତି । ନିର୍ଦ୍ଧାରିତ ୧୨୦ ଯାଞ୍ଚ- ସୂଚୀ ମଧ୍ୟରେ ଚିକିତ୍ସାଳୟର ସବିଶେଷ ସ୍ୱଚ୍ଛତା, ପ୍ରତ୍ୟେକ ବିଭାଗ ଯଥା ସ୍ୱାସ୍ଥ୍ୟ ପରୀକ୍ଷାଗାର, ଡ୍ରେସିଂ କକ୍ଷ, ଓପିଡି କକ୍ଷ, ସ୍ୱାସ୍ଥ୍ୟ ବିଶେଷଜ୍ଞ କକ୍ଷ, ଔଷଧୀୟ ବଗିଚା ଓ ପରିବେଶ, ସ୍ୱାସ୍ଥ୍ୟ ସଂଗଠନର ସୁରକ୍ଷା ଓ ସୁନ୍ଦରତା ତଥା ଦାୟିତ୍ୱରେ ଥିବା ବିଭିନ୍ନ କର୍ମଚାରୀଙ୍କ ଦକ୍ଷତା ଇତ୍ୟାଦି ଉପରେ ଏହି ପୁରସ୍କାରକୁ ନିଶ୍ଚିତ କରାଯାଇଥାଏ । ଆଜି ବଲାଙ୍ଗିର ଜିଲ୍ଲାର ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚଞ୍ଚଳ ରାଣା ଅନୁଷ୍ଠାନର ସ୍ୱାସ୍ଥ୍ୟ ସେବିକା ଗଣ, ଜାତୀୟ ସ୍ୱାସ୍ଥ୍ୟ ମିଶନର ଉପ ପ୍ରଜେକ୍ଟ ମେନେଜର ରାମାନୁଜ ପଣ୍ଡା ଏହି କାୟାକଳ୍ପ ପୁରସ୍କାର ଟ୍ରଫି ଓ ୫୦ ହଜାର ଅର୍ଥ ରାଶି ଜିଲ୍ଲାପାଳଙ୍କଠାରୁ ଗ୍ରହଣ କରିଛନ୍ତି । ଲଗାତାର ଭାବେ ଚାରି ବର୍ଷ ଧରି ସ୍ୱାସ୍ଥ୍ୟକେନ୍ଦ୍ର, ଶାସ୍ତ୍ରୀ ନଗର ରାଜ୍ୟ ସରକାରଙ୍କ ଉପରୋକ୍ତ ଏହି କମାଣ୍ଡେବୁଲ କାୟାକଳ୍ପ ପୁରସ୍କାର ପାଉଥିବା ହେତୁରୁ ଅନୁଷ୍ଠାନର ନିଦ୍ଦେଶକ, ଚେୟାରମ୍ୟାନ ସତ୍ୟ ରଞ୍ଜନ ମିଶ୍ର ଓ ରବି ରଞ୍ଜନ ପୂଜାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନର ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀ, ଚିକିତ୍ସକ ଓ ଜିଲ୍ଲାର ଜାତୀୟ ସ୍ୱାସ୍ଥ୍ୟ ମିଶନ ତଥା ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମୁଖ୍ୟ ଚିକିତ୍ସାଧିକାରୀ କୁବେର ମହନ୍ତ, ଅତିରିକ୍ତ ଜିଲ୍ଲା ଲୋକ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା ଦିବ୍ୟ କିଶୋର ପତି, ଡ଼ା ସୁଧା ବାର୍ଲା, ଜିଲ୍ଲା ପ୍ରଜେକ୍ଟ ମେନେଜର ମୃତ୍ୟୁଞ୍ଜୟ ମୁଣ୍ଡ ଇତ୍ୟାଦିଙ୍କ ଅନବରତ ସବିଶେଷ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଛନ୍ତି ।

jittmm
Leave A Reply

Your email address will not be published.