ପୁଣି ବଢିଲା ବସ୍‌ ଭଡା

ଭୁବନେଶ୍ୱର : ଦିନକୁ ଦିନ ବଢି ବଢି ଚାଲିଛି ପେଟ୍ରୋଲ ଦର ଥମିବାକୁ ନା ଧରୁନି । ଯେଉଁଥି ପାଇଁ ରାଜ୍ୟରେ ପୁଣି ବଢିଲା ବସ୍‌ ଭଡା । ଅର୍ଡିନାରୀ ଓ ଏକ୍ସପ୍ରେସ ବସ୍‌ ଭଡ଼ା କିମି ପିଛା ୫ ପଇସା ବୃଦ୍ଧି ପାଇଛି । ପୂର୍ବରୁ ଅର୍ଡିନାରୀ ବସ୍‌ ଭଡ଼ା ଥିଲା ୮୦ ପଇସା, ହେଲା ୮୫ ପଇସା । ସେହିପରି ଏକ୍ସପ୍ରେସ ବସ୍‌ ଭଡ଼ା ଥିଲା ୮୪ ପଇସା, ହେଲା ୮୯ ପଇସା। ଡିଲକ୍ସ ଓ ଏସି ଡିଲକ୍ସ ବସ୍‌ ଭଡ଼ା ୧୦ ପଇସା ଲେଖାଏଁ ବୃଦ୍ଧି ପାଇଛି । ଡିଲକ୍ସ ବସ ଭଡ଼ା ଥିଲା ୧.୧୧ ପଇସା, ହେଲା ୧.୨୧ ପଇସା। ଏସି ବସ୍‌ ଭଡ଼ା ଥିଲା ୧. ୩୯ ପଇସା, ହେଲା ୧. ୪୯ ପଇସା । ସୁପର ପ୍ରିମିୟର ଭଡ଼ା ୨. ୧୭ରୁ ୨. ୩୨ ପଇସାକୁ ବଢ଼ିଛି ।

Leave A Reply

Your email address will not be published.