oom

ଘୁନସର ବୈଷ୍ଣବୀ ପୀଠରେ ଦଶ ମହାବିଦ୍ୟା ଯଜ୍ଞ ଓ ପୂଜାର୍ଚ୍ଚନା

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗ୍ରାମର ବୈଷ୍ଣବୀ ପୀଠରେ ଆଜି ଦଶ ମହାବିଦ୍ୟା ଯଜ୍ଞ ଓ ପୂଜାର୍ଚ୍ଚନା ଅନୁଷ୍‌ଷ୍ଠିତ ହୋଇଯାଇଛି । ତେବେ ଏଥିରେ ପୀଠର ମୁଖ୍ୟ ସେବକ ହୀରା ବାବାଙ୍କ ଦ୍ବାରା ଦଶ ମହାବିଦ୍ୟା ଯଥା କାଳୀ, ତାରା, ଷୋଡ଼ଶୀ, ଭବନେଶ୍ୱରୀ, ଛି‌ନ୍ନମ‌ସ୍ତା, ଧୁମାବତୀ, ବଗଳାମୁଖୀ, ମାତଙ୍ଗୀ, କମଳାଙ୍କ ପୂଜା କରାଯାଇଥିଲା । ତେବେ ଏଥିରେ ବଲାଙ୍ଗିର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ବ୍ରଜ କିଶୋର ସିଂ ଭୋଇ, ଧ୍ରୁବ ଚରଣ ପଟ୍ଟନାୟକ, ଅଧୀର ରଞ୍ଜନ ମଣ୍ଡଳ, ମନୋଜ କୁମାର ମହାଲିଙ୍ଗ, ଦୀପା ମହାଲିଙ୍ଗ, ରେବତୀ ମହାଳିଙ୍ଗ, ସୁରେଖା ମାଝୀ, ସାବିତ୍ରୀ ମାଝୀ, ଜୟନ୍ତି ମାଝୀ, ନରେଶ ମାଝୀ, ଏକାଦଶୀ ମାଝୀ, ଲଳିମା ମାଝୀ, ତପସ୍ୱନି ଭୋଇ, ବୈଦେହୀ ମାଝୀ, ରୋହନ ଭୋଇ, ଉପେନ୍ଦ୍ର ବାଗ, ପାୟଲ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

jittmm
Leave A Reply

Your email address will not be published.