ଜୟପାଟଣାଠାରେ ବହୁଚାରା ମାତା ପୂଜନୋତ୍ସବ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଞ୍ଚଳରେ କିନ୍ନରଙ୍କ ଦ୍ବାରା ବହୁଚାରା ମାତାଙ୍କ ପୂଜନୋତ୍ସବ ଅନୁଷ୍ଠିତ ହୋଇଛି । ଏହି ପୂଜନୋତ୍ସବରେ ବିଭିନ୍ନ ଅଞ୍ଚଳରୁ କିନ୍ନର ଆସି ଯୋଗଦାନ କରି ମା’ଙ୍କ ଠାରେ ପୂଜାର୍ଚ୍ଚନା କରିଛନ୍ତି । ଶୁକ୍ରବାର ସନ୍ଧ୍ୟାରେ କିନ୍ନରମାନେ କଳସ ଧାରଣ କରି ଏକ ବିରାଟ ପଟୁଆରରେ ମା’ ଡୋକ୍ରି ମନ୍ଦିରରେ ପହଞ୍ଚିଥିଲେ । ସେଠାରେ ପୂଜାର୍ଚ୍ଚନା କରିବା ପରେ ମଣ୍ଡପରେ ପୂଜା ଆରମ୍ଭ କରିଥିଲେ । ଶନିବାର ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜି ପୂଜନୋତ୍ସବ ସମ୍ପନ୍ନ ହେବ ବୋଲି ସୂଚନା ଦିଆଯାଇଛି । ଏଥିରେ ପଶ୍ଚିମ ଓଡ଼ିଶାର କିନ୍ନର ସଂଘ ସଭାପତି କାମିନୀ କିନ୍ନର ନର୍ଲା ରୋଡ, ପାର୍ବତୀ, ବୁଲ୍‌ବୁଲ୍, ସୌମ୍ୟା, ସିନ୍ଧୁ, ରାନୀ, ଅନନ୍ୟ, ଶ୍ରୀୟା, ମନିକା, ଜସ୍କ୍ରିନ୍, ବାସନ୍ତି ପ୍ରମୁଖ ବହୁ କିନ୍ନର ସାମିଲ ହୋଇଥିଲେ ।

Leave A Reply

Your email address will not be published.