jayashree

ଡୁଙ୍ଗୁରିପାଲି ଗାଁର ମା’ ମାହେଶ୍ୱରୀ ଦେବୀଙ୍କ ସ୍ୱତନ୍ତ୍ର ପୀଠରେ ପୂଜା ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର ବ୍ଲକର କୁଟାସିଂହା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗୁରିପାଲି ଗାଁରେ ଅବସ୍ଥିତ ମା’ ମାହେଶ୍ୱରୀ ପୀଠ, ଯାହାକି ୧୩୦ ବର୍ଷରୁ ଅଧିକ ବର୍ଷ ହେବ ସ୍ଥାପନା ହୋଇଛି । ଯାହାକି ବିଶ୍ୱାସ, ପରମ୍ପରା ଓ ସଂସ୍କୃତିର ପ୍ରତିକ । ଅଞ୍ଚଳରେ ହଇଜା ରୋଗରେ ପୀଡିତ ଲୋକଙ୍କ ଅକାଳ ମୃତ୍ୟୁ ହେଉଥିଲା ସେହି ସମୟର ତତ୍କାଳୀନ ମହାରାଣୀଙ୍କୁ ମାତାଙ୍କ ସପ୍ନ ଆଦେଶ କ୍ରମେ ଏହି ସ୍ଥାନରେ ମାତା ମାହେଶ୍ୱରୀଙ୍କ ପୀଠ ସ୍ଥାପନ କରାଯାଇଥିଲା । ମା’ଙ୍କ ଆଶୀର୍ବାଦରେ ଅଞ୍ଚଳର ଲୋକମାନେ ହଇଜା ରୋଗରୁ ଆରୋଗ୍ୟ ଲାଭ କଲେ, ସେହିଦିନଠାରୁ ଡୁଙ୍ଗୁରିପାଲିର ମା’ ମାହେଶ୍ୱରୀ ଦେବୀଙ୍କ ଖ୍ୟାତି ବଢ଼ିବାରେ ଲାଗିଲା, ବର୍ତ୍ତମାନ ପର୍ଯ୍ୟନ୍ତ ଦୀର୍ଘ ୫ ପିଢ଼ି ଧରି ଭାଗିରଥି ଛନ୍ଦ, ଯୁଗେଶ୍ୱର ଛନ୍ଦ, ଉଜଳ ଛନ୍ଦ, ପୁରାଣ ମହାକୁର, ଶମ୍ଭୁ ମହାକୁର, ନିରନ୍ତର ଭାବେ ମାଆଙ୍କ ପୂଜାକରି ଆସୁଛନ୍ତି । ଏହି ପୀଠର ବିଶେଷତ୍ଵ ହେଲା ଦୀର୍ଘ ଦିନ ଧରି ନିଃସନ୍ତାନଙ୍କୁ ମା’ଙ୍କ ଆଶୀର୍ବାଦରୁ ସନ୍ତାନ ପ୍ରାପ୍ତି ହୋଇଥାଏ । ତେଣୁ କରି ଏହି ଦଶହାର ମାସର ନବମୀ ଓ ପୂର୍ଣ୍ଣମୀ ତିଥିରେ ତଥା ପ୍ରତ୍ୟହ ପୂର୍ଣ୍ଣମୀ ତିଥିରେ ପୂଜାପାଠ କରାଯାଏ । ଖଣ୍ଡା ଲେଉଟା ଦିନରୁ ଅଖଣ୍ଡ ଦୀପ ଲାଗି ଦୀର୍ଘ ୯ ଦିନ ପର୍ଯ୍ୟନ୍ତ ଭକ୍ତମାନେ ନିର୍ଜଳା ଉପବାସ ରହି ପ୍ରତ୍ୟହ ଦିନ ସକାଳୁ ଓ ସନ୍ଧ୍ୟାରେ ମା’ଙ୍କୁ ପୂଜା କରିଥାନ୍ତି । ଏହି ତିଥିରେ ଶହ ଶହ ଶ୍ରଦ୍ଧାଳୁ ତଥା ମାନସିକଧାରୀଙ୍କ ସମାଗମ ହୋଇଥାଏ, ସର୍ବ ପୁରାତନ ଡାଲଖାଇ ଗୀତ ମଧ୍ୟ ବାଜାର ତାଳେ ତାଳେ ନାଚିଥାନ୍ତି । ଏହି ନାଚକୁ ଦେଖିବା ପାଇଁ ଅଞ୍ଚଳରେ ଭିଦର ସୁଅ ଛୁଟିଥାଏ । ବର୍ତ୍ତମାନ ଏହି ପୀଠରେ ସମ୍ଭୁ ମହକୁର ପୂଜା କରିଆସୁଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଡୁମାଲ୍ ସମ୍ପ୍ରଦାୟର ସମସ୍ତେ ଏହି ପୂଜା କରି ନବାର୍ଣ୍ଣ ଭକ୍ଷଣ କରିଥାଆନ୍ତି ।

Leave A Reply

Your email address will not be published.