ଟିଟିଲାଗଡ଼ : ଟିଟିଲାଗଡ଼ ବାନ୍ଦୁପଲା ସ୍ଥିତ ମାହେଶ୍ୱରୀ ଆଇ.ଟି.ଆଇରେ ଚଳିତ ବର୍ଷ ବହୁ ଆଡ଼ମ୍ବରରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଅନୁଷ୍ଠାନର ସମ୍ପାଦକ ଇଂ. ପ୍ରଦୀପ୍ତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠାନର ଅଧ୍ୟକ୍ଷ ଇଂ. ଦେବବ୍ରତ ଛତର ଓ ସହ ଧର୍ମିଣୀ ଚିନ୍ମୟୀ ଛତର କର୍ତ୍ତା ଭାବରେ ଦାୟିତ୍ୱ ତୁଲାଇ ଥିବାବେଳେ ରିଙ୍କୁ ଯୋଶୀ ପୂଜକ ଭାବରେ ଦାୟିତ୍ୱ ତୁଲାଇ ଥିଲେ । ଅନୁଷ୍ଠାନର ଉଭୟ ଇଲେକଟ୍ରିସିଆନ ଓ ଫିଟର ଟ୍ରେଡ଼ର ସମସ୍ତ ଛାତ୍ରଛାତ୍ରୀ ପୂଜା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପୁଷ୍ପାଞ୍ଜଳି ପରେ ସମସ୍ତେ ଅନ୍ନ ପ୍ରସାଦ ଗ୍ରହଣ କରିଥିଲେ । ପରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସଂସ୍କୃତି କାର୍ଯ୍ୟକ୍ରମ କରିଥିଲେ । ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ଼ର ଅନେକ ବୃଦ୍ଧିଜୀବୀ, ସମାଜସେବୀଙ୍କ ସହ ଅନେକ ଲୋକ ଉପସ୍ଥିତ ଥିଲେ । ମାହେଶ୍ୱରୀ ଜି.ଏନ୍.ଏମ୍ ଅଧକ୍ଷ ପିଙ୍କୁ ସାହୁ, ଗୋବିନ୍ଦ ସାହୁ, ପ୍ରୀତମ ନାଗ, ଗୋବିନ୍ଦ ପଟେଲ, ଅନିଲ ବେହେରା, ସୌମ୍ୟ ରଞ୍ଜନ ସାହୁ, ଆଶାଲତା ଭୋଇ, ଗ୍ଲୋରି ଲୁହାର, ଜୟ ବାଗ, ଗଜରା ରାଣୀ ସେଠ୍, ଶ୍ରୀକାନ୍ତ ରାଉତ, ଅନୁପ ଭୋଇ ଏବଂ ସମସ୍ତ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଅନୁଷ୍ଠାନର ନିର୍ଦ୍ଦେଶିକା ରଜନୀ ରାଣୀ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।