oom

କୁଟାସିଂହାର ମା’ ଅଭୟା କାଳୀଙ୍କ ଯାତ୍ରାର ଶେଷ ଦିନରେ ପୂଜା

jsmm

ଆଗଲପୁର, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର (ଡୁଡୁକା ) ବ୍ଲକ କୁଟାସିଂହା ଗ୍ରାମରେ ମା’ ଅଭୟାକାଳୀଙ୍କ ପାରମ୍ପରିକ(ପୂଜା) ଛତର ଯାତ୍ରା ଆରମ୍ଭ ହୋଇଯାଇଛି । ବଲାଙ୍ଗିର ସହରଠାରୁ ୪୧ କିଲୋମିଟର ଦୂରରେ ଅବସ୍ଥିତ କୁଟାସିଂହା ଗ୍ରାମ । କାହିଁ କେଉଁ ଆବାହନ କାଳରୁ ଏହି ଗ୍ରାମର ଇଷ୍ଟଦେବୀ ରୂପେ ପୂଜା ପାଇ ଆସୁଛନ୍ତି ମା ଅଭୟା । ଜ୍ୟୋଷ୍ଠ ମାସ ଶୁକ୍ଲପକ୍ଷ ଅଷ୍ଟମୀ ଦିନରୁ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ୭ ଦିନ ବ୍ୟାପି ରୀତିନୀତି ଅନୁସାରେ ମାଙ୍କ ପୂଜାର୍ଚ୍ଚନା ହୁଏ । ଦେଶିମଦ, ଅରୁଆ ଚାଉଳ, ସିନ୍ଦୁର, ଘିଅ, ସଳିତା, ଲିଆ (ଖଇ ) ଧୂପ, ଫୁଲ ପୂଜାରେ ବ୍ୟବହାର କରାଯାଏ । ପାରମ୍ପରିକ ପୁଝାରୀ (ଝାଙ୍କର ) ଗାଁ ଗୌନ୍ତିଆ, ଛତରଧାରୀ, ନିଆଁ ବେଟିଆଁ (ପାଲରେ ତିଆରି ) ଧାରୀ, ଘଣ୍ଟଧାରୀ ଙ୍କ ସହିତ ସନ୍ଧ୍ୟା ସମୟରେ ଗ୍ରାମର ଚାରି ଦିଗରେ ଶାଳ କାଠକୁ ଦୀପ ଷ୍ଟାଣ୍ଡ କରାଯାଇ ମାଟି ଦୀପରେ ଫୁଲି (ଦେଶୀ ମଦରେ ) ୭ ଦିନ ବ୍ୟାପି ଅଖଣ୍ଡ ଜଳା ଯାଏ । ଯେଉଁ ଦେଶୀ ରନ୍ଧା ମଦକୁ ମଣିଷ ପିଇଲେ ମୃତ୍ୟୁ ମୁଖରେ ପଡେ ସେହି ମଦକୁ ମାଙ୍କୁ ଅର୍ପଣ କରାଯାଏ । ଗ୍ରାମର ଜନସ୍କୃତିରୁ ଜଣାଯାଏ ଯେ ୧୯୩୬ ମସିହାରେ ମାଙ୍କ ଆବିର୍ଭାବ ଗାଁ ନିକଟ ଅଙ୍ଗନଦୀ କୂଳରେ ହୋଇଥିଲା । ସେହି ସମୟରୁ ଗାଁ ଗୌନ୍ତିଆଙ୍କ ତତ୍ୱାବଧାନରେ ମାଙ୍କ ଯାତ୍ରା ହୋଇଆସୁଛି । ଜ୍ୟୋଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ମାଙ୍କ ମୁଖ୍ୟ ପୂଜା ଅନୁଷ୍ଠିତ ହୁଏ । ନିଷ୍ଠା ଓ ଭକ୍ତିର ସହିତ ଗାଁ ର ପ୍ରତ୍ୟେକ ପରିବାରରୁ ନଡ଼ିଆ, ଫୁଲ, ଧୂପ, ଦୀପ, ଘିଅ, ସିନ୍ଦୁର ଗାଁ ମଝିରେ ଥିବା ମାଙ୍କ ପୀଠକୁ ଯାଏ । ମାଙ୍କ ମୁଖ୍ୟଭୋଗ ନଡ଼ିଆ ମୁଗକ୍ଷୀରି ଓ ଖଇ (ଲିଆ ) ମାଙ୍କୁ ଲାଗି କରାଯାଏ । ଏହି ଭୋଗକୁ ବୟସ୍କ ବିଧବା ମହିଳାମାନେ ପ୍ରସ୍ତୁତ କରିଥାନ୍ତି । ଅନ୍ୟାନ୍ୟ ପୂଜା କର୍ଯ୍ୟରେ ବିଧବାଙ୍କୁ ବାରଣ ଥିବାବେଳେ ଏଠାରେ ଏକ ଭିନ୍ନ ପରମ୍ପରା ଦେଖିବାକୁ ମିଳେ । ବିଧବାଙ୍କ ଉପରେ ମାଙ୍କ ଆଶୀର୍ବାଦ ରହିଥିବା ବିଶ୍ୱାସ କରାଯାଏ । ଏହି ୭ ଦିନ ଗାଁରେ ଆମିଷ ଭକ୍ଷଣ କରାଯାଏ ନାହିଁ । ବର୍ତ୍ତମାନ ପଶ୍ଚିମ ଓଡିଶାର ତାରିଣୀ କୁହାଯାଉଥିବା ଏହି ପୀଠକୁ ରାଜ୍ୟ ବାହାରର ଶ୍ରଦ୍ଧାଳୁଙ୍କ ସୁଅ ମଧ୍ୟ ଛୁଟୁଛି । ଜ୍ୟୋଷ୍ଠ ପୂର୍ଣମୀ ଦିନ ଭୋର ସକାଳେ ଗାଁ ର ପ୍ରତ୍ୟେକ ପରିବାରରୁ ଜଣେ ଜଣେ ନିଆଁ ବେଟିଆଁ (ପାଲରେ ତିଆରି ) ଥୁଟିଂ ବାଢୁନ (ଝାଡୁ ) ଖଇ ଧରି ଗ୍ରାମର ପଶ୍ଚିମ ଦିଗରେ ଥିବା ଅଶ୍ୱତ୍ୱଥ ବୃକ୍ଷ ମୂଳକୁ ଯାଇ ଦେବୀ ମା’ଙ୍କୁ ମେଲାଣି ଦିଅନ୍ତି । ଏହି ମେଲାଣି ଯାତ୍ରାରେ ମା’ଙ୍କ ଆଗରେ କେହି ନ ଯିବାକୁ ବାରଣ ରହିଛି । ଗାଁ ଗୌନ୍ତିଆ ରାଜିନ ପାତ୍ରଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି ଯାତ୍ରାରେ ଝାଙ୍କର ଶ୍ରୀହରି ଭୁଏ, ପିତାମ୍ବର ନାଗ, ଲେକୃ ସାହୁ, ନାଥୁଲାଲ ବାଘ, ଗରୁଡ଼ ସା, ବାଲି ବାଘ (ଛତର ଯାତ୍ରା )ପୂଜା ଦାୟିତ୍ୱରେ ଥିବାବେଳେ ମୁଖ୍ୟ ପୂଜକ ଆର୍ତ୍ତତ୍ରାଣ ପୁରୋହିତ ଓ ଶତ୍ରୁଘନ ପୁରୋହିତ ପୂଜାକାର୍ଯ୍ୟ ସମ୍ପାଦନ କରୁଛନ୍ତି । ଯାତ୍ରା ପରିଚାଳନା କମିଟି ମୁଖ୍ୟ ଗୋବର୍ଦ୍ଧନ ସାହୁ ଓ ପ୍ରଦୀପ ପାତ୍ର ରହିଥିବାବେଳେ ଗ୍ରାମର ଯୁବଗୋଷ୍ଠୀ ବିଭିନ୍ନ ଦାୟିତ୍ୱ ତୁଲାଉଛନ୍ତି । ଏହି ଯାତ୍ରାକୁ ସଫଳ କରିବା ପାଇଁ ଯାତ୍ରା କମିଟି ଓ ଗ୍ରାମବାସୀଙ୍କ ତରଫରୁ ସମସ୍ତଙ୍କ ସହଯୋଗର କାମନା କରିଛନ୍ତି ।

jittmm
Leave A Reply

Your email address will not be published.