ମ.ରାମପୁର, (ହେମନ୍ତ ସାହୁ) : ପନ୍ଦର ଦିନ ଆଗରୁ ଆରମ୍ଭ ହୋଇଥିବା କାମନା ଦଣ୍ଡ ଯାତ୍ରାର ଆଜି କାଳୀ ପୂଜା ସମ୍ପନ୍ନ ହୋଇଯାଇଛି । ସମସ୍ତ ଦଣ୍ଡ ପୀଠରେ ଦିହାରୀମାନଙ୍କ ମୁଣ୍ଡରେ ମା’ କାଳୀ ସବାର ହୋଇ ଜିଲ୍ଲାର ବିଭିନ୍ନ ବ୍ଲକରୁ ଭକ୍ତମାନେ ପୀଠ ଗୁଡ଼ିକରେ ପହଞ୍ଚି ମା’ଙ୍କ ପାଖରେ ନିଜ ନିଜ ହାରି ଗୁହାରୀ ଜଣାଇବା ସହ ମାଆଙ୍କଠାରୁ ଆଶିଷ ଲାଭ କରିଥିଲେ । ଏହି ବ୍ଲକରେ ଥିବା ତଳ ସାଗରପଡା, ବୁରାଟ, ପାଣ୍ଡକାମାଲ୍, (କଲୋନୀପଡା), ଶୁନ୍ଧୀପଦା, ସିର୍କି ହେଜୁ, ବମକ ଆଦି କାମନା ଦଣ୍ଡ ପୀଠରେ ବହୁ ଆଡମ୍ବର ସହକାରେ ପୂଜା ସମ୍ପନ୍ନ ହୋଇଯାଇଛି । ପ୍ରତି ପୀଠରେ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା । ହୋମ, ଯଜ୍ଞ, ନୀତିକାନ୍ତି ସହ ପାଟ ଦଣ୍ଡୁଆ, ପାଟ ଭୋକ୍ତା, ଦଣ୍ଡ ଗୁରୁଙ୍କ ନେତୃତ୍ୱରେ ପୂଜା କରାଯାଇଛି । କାଳୀ ପୂଜା କାମନା ଦଣ୍ଡର ଶେଷ ଯାତ୍ରା ହୋଇଥାଏ । ଏହାର ଆଠ ଦିନ ପରେ ଆଠୁଆରି ପୂଜା ସହ ଏହି ଯାତ୍ରା ସମ୍ପୂର୍ଣ୍ଣ ଭାବେ ଗୋଟିଏ ବର୍ଷ ପାଇଁ ସମାପନ ହେବ ।
Prev Post