ମା’ ଗଜଲକ୍ଷ୍ମୀ ପୂଜା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହର ଲୋଏର ବସ୍‌ଷ୍ଟାଣ୍ଡ ସ୍ଥିତ ଲକ୍ଷ୍ମୀ ବଜାର ପରିସରରେ ଚଳିତ ବର୍ଷ ହେବାକୁ ଥିବା ମା’ ଗଜଲକ୍ଷ୍ମୀ ପୂଜା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି । ପୂଜା କମିଟି ପକ୍ଷରୁ ବୁଧବାର ସନ୍ଧ୍ୟାରେ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା ହୋଇ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । କର୍ମକାଣ୍ଡ ପୁରୋହିତ ଡ଼. ସରୋଜ କୁମାର ଶତପଥୀ ପାରମ୍ପରିକ ପୂଜା କାର୍ଯ୍ୟ ସମ୍ପନ୍ନ କରିଥିଲେ । କର୍ତ୍ତା ଭାବେ ପ୍ରଶାନ୍ତ କୁମାର ମହାରଣା ସମସ୍ତ କାର୍ଯ୍ୟ ସମାପନ କରି ଚଳିତ ବର୍ଷ ମା’ଙ୍କ ପୂଜା ଯେପରି ଧୁମ୍‌ଧାମ୍‌ରେ ହୋଇପାରିବ ସେଥି ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଆସନ୍ତା ଅକ୍ଟୋବର ୮ ତାରିଖରୁ ୭ ଦିନ ପର୍ଯ୍ୟନ୍ତ ମା’ ଗଜଲକ୍ଷ୍ମୀଙ୍କ ପୂଜା ଚାଲିବ । ଏହି ଅବସରରେ ପୂଜା କମିଟିର ସଭାପତି ବସନ୍ତ କୁମାର ମହାରଣା, ସମ୍ପାଦକ ପ୍ରଦୀପ କୁମାର ସାହୁ, ଉପସଭାପତି ମନୋଜ କୁମାର ସାହୁ, କୋଷାଧ୍ୟକ୍ଷ ଅତୁଲ କୁମାର ଦାସ, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ୧୦ନଂ ୱାର୍ଡ଼ କାଉନସିଲର ଦେବାଶିଷ ମିଶ୍ର, ଛତ୍ରପୁର ବିଜେଡ଼ି ନଗର ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ଶିକ୍ଷକ ନେତା ରବିନାରାୟଣ ବେହେରା, ସରୋଜ କୁମାର ପାଢ଼ୀ, ଲୋକନାଥ ମହାରଣା, ଆରତ ବିଶ୍ୱାଳ, ଲିପୁନ ବିଶ୍ୱାଳ, କେଞ୍ଚୁ ପୁରୋହିତ, ସନ୍ତୋଷ କୁମାର ଚୌଧୁରୀ, ସୁରେନ୍ଦ୍ର ବେହେରା, ବାବୁ ବେହେରା, ଅଶୋକ କୁମାର ବେହେରା, ଅଖିଳ କୁମାର ପାଣିଗ୍ରାହୀ, କିଶୋର ଚନ୍ଦ୍ର ମହାନ୍ତି, କେ. କମଳାକର, ଶଙ୍କର ଗୌଡ଼, ଗୌରୀ ସାମଲ, ସନ୍ତୋଷ ବେହେରା, ରିଙ୍କୁ ଗୌଡ଼, ସନ୍ତୋଷ କୁମାର ସାହୁ, ସରୋଜ କୁମାର ସାମଲ, ପବିତ୍ର ପଲାଇ, ସଦାନନ୍ଦ ସାହୁ, କେ. ରମେଶ, ଦେବବ୍ରତ ପଣ୍ଡା, କେ. ସତ୍ୟ ନାରାୟଣ ରେଡ୍ଡୀ, ଅଶୋକ କୁମାର ରଥଙ୍କ ସମେତ ପୂଜା କମିଟିର ସମସ୍ତ ସଦସ୍ୟ ଏବଂ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.