oom

ଭୁବନେଶ୍ଵର ଠାରେ ଆୟୋଜିତ ବିଶ୍ଵ ପରିବେଶ ଦିବସରେ ଟିଟିଲାଗଡ଼ ପ୍ରଭାବତୀ ପବ୍ଲିକ ସ୍କୁଲକୁ ମିଳିଲା ପ୍ରକୃତି ମିତ୍ର ପୁରସ୍କାର

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଭୁବନେଶ୍ୱରଠାରେ ବିଶ୍ୱ ପରିବେଶ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ । ଏହି ଅବସରରେ ଓଡ଼ିଶାର ୧୮୫ ଟି ଶିକ୍ଷାନୁଷ୍ଠାନକୁ ଏହି ପୁରସ୍କାର ମିଳିଥିବା ବେଳେ ଟିଟିଲାଗଡ଼ ପ୍ରଭାବତୀ ପବ୍ଲିକ ସ୍କୁଲକୁ ମଧ୍ୟ ମାନପତ୍ର ସହ କୋଡ଼ିଏ ହଜାର ଟଙ୍କା ଆର୍ଥିକ ରାଶି ପ୍ରଦାନ କରିଥିଲେ । ଏହି ପୁରସ୍କାର ଗ୍ରହଣ କରିଥିଲେ ସ୍କୁଲ ଅଧ୍ୟକ୍ଷା ଡ ସୁନନ୍ଦା ଜତି । ପୁରସ୍କାର ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ପରିବେଶ, ଜଙ୍ଗଲ ଜଳବାୟୁ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ । ଏହି ଅବସରରେ ସ୍କୁଲର ଡାଇରେକ୍ଟର ଆଡମିନ୍ ଧରିତ୍ରୀ ମହାନ୍ତି, କୋର୍ଡିନେଟର ପ୍ରମୋଦ କୁମାର ପାଲ ମଧ୍ୟ ଉକ୍ତ ସଭାରେ ଉପସ୍ଥିତ ଥିଲେ । ଟିଟିଲାଗଡ଼ ପ୍ରଭାବତୀ ପବ୍ଲିକ ସ୍କୁଲରେ କିଛି ବର୍ଷ ହେବ ଲଗାତାର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନେବା ସହ ତାଙ୍କ ସ୍କୁଲ ପରିସରରେ ଏକ କୃତ୍ରିମ ଜଙ୍ଗଲ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଫଳ ସ୍ୱରୂପ ଏହି ପୁରସ୍କାର ପାଇଚୁ ବୋଲି ସ୍କୁଲ ଅଧ୍ୟକ୍ଷା ଡ ଜତି ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.