ଉତ୍କଳ କଳାକାର ଏକାଡେମୀର ବଦାନ୍ୟତା :୧୦ ବର୍ଷର ପୁଅର ଭବିଷ୍ୟତ ପାଇଁ ସହାୟତା ରାଶି ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସବୁ କଳାକାର ଏକ ପରିବାର । କଳାକାର ବୁଝେ କଳାକାରର ଦୁଃଖ । ଯାଜପୁରର ଯାତ୍ରା ଅଭିନେତ୍ରୀ ପାୟଲ ପଣ୍ଡାଙ୍କ ଆକସ୍ମିକ ଦୁର୍ଘଟଣା ଜନିତ ମୃତ୍ୟୁରେ ଉତ୍କଳ ଏକାଡେମୀର କଳାକାରମାନେ ମର୍ମାହତ । ଖବର ଅନୁସାରେ ପ୍ରତିଷ୍ଠାତା ସମ୍ପାଦକ କୈଳାସ ନାୟକ ଏବଂ ଉତ୍କଳ କଳାକାର ଏକାଡେମୀର ରାଜ୍ୟ ସଭାପତି ସୁଜାତା ମିଶ୍ରଙ୍କ ନେତୃତ୍ଵରେ ନୃସିଂହ ନାଥ ନନ୍ଦ, ଅରଗାନାଇଜିଂ ଚେୟାରମ୍ୟନ ସତ୍ୟମ ଦାସ, ଅରଗାନାଇଜିଂ ସେକ୍ରେଟାରୀ ଵିକାଶ ଚନ୍ଦ୍ର ମଲ୍ଲିକ, ଆବାହିକା କୁସୁମ ମଞରୀ ଦାସ, ସହଯୋଗ ଆବାହକ ପ୍ରମୋଦ କୁମାର ବେହେରା, କୋଷାଧ୍ୟକ୍ଷ ମୀରାରାଣୀ ଦାସ, ଶିବାନୀ ନାୟକ, ଇନ୍ଦିରା ପଣ୍ଡା, ଯାତ୍ରା ଜଗତର ସୁପରିଚିତା ଅଭିନେତ୍ରୀ ଝୁନା ରାଣୀ ଦାଶ, ଯାଜପୁର ଜିଲ୍ଲାର ଗର୍ଵ ଗୌରଵ ଓ ଆଦର୍ଶ ନାରୀ ଭାରତ ସୁନ୍ଦରୀ ମିସ୍ ମୋନାଲିସା ଦେବତା ଓ ଉତ୍କଳ କଳାକାର ଏକାଡେମୀର ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ସହଯୋଗ ହାତ ବଢାଇଥିଲେ । ଅଭିନେତ୍ରୀ ପାୟଲ ପଣ୍ଡାଙ୍କ ଏକମାତ୍ର ସୁପୁତ୍ର ୧୦ ବର୍ଷ ବୟସର ବାଳକ ତନ୍ମୟ ନନ୍ଦଙ୍କ ଭଵିଷ୍ୟତ କାମନା କରି ଉତ୍କଳ କଳାକାର ଏକାଡେମୀ ତରଫରୁ ପ୍ରତିଷ୍ଠାତା କୈଳାସ ନାୟକ, ରାଜ୍ୟସଭାପତି ସୁଜାତା ମିଶ୍ର ଓ ସମ୍ପାଦକ ନୃସିଂହ ନାଥ ନନ୍ଦ ତନ୍ମୟ ନନ୍ଦଙ୍କ ନାମରେ ଗୋଟିଏ ଆକାଉଣ୍ଟ ଖୋଲିବା ପାଇଁ ପରାମର୍ଶ ଦେଇଥିଲେ । ସେହି ଆକାଉଣ୍ଟରେ ଉତ୍କଳ କଳାକାର ଏକାଡେମୀ ତରଫରୁ ୧୧ ହଜାର ଟଙ୍କା ଗୋଟିଏ ଛୋଟିଆ ଅର୍ଥ ରାଶି ସହାୟତା କରିଥିଲେ ଓ ତତ୍ ସହିତ ପାୟଲ ପଣ୍ଡାଙ୍କ ସ୍ୱାମୀ ତପନ କୁମାର ନନ୍ଦଙ୍କୁ ନାବାଳକ ତନ୍ମୟ ନନ୍ଦଙ୍କୁ ନେଇ ଧର୍ଯ୍ୟର ସହିତ ଜୀବନ ଯାପନ କରିଵା ପାଇଁ ଉତ୍କଳ କଳାକାର ଏକାଡେମୀର ରାଜ୍ୟ ସଭାପତି ସୁଜାତା ମିଶ୍ର ସାନ୍ତ୍ୱନା ଦେଇଥିଲେ ।

jittmm
Leave A Reply

Your email address will not be published.