centurian jitm

ବାଇକ ଦୁର୍ଘଟଣାରେ ବାପା-ଝିଅଙ୍କ ମୃତ୍ୟୁ : ପୁଅ ଗୁରୁତର

nschool

ମୟୁରଭଞ୍ଜ : ଆଉ ମାତ୍ର କେଇ ମିନିଟ୍ ପରେ ଘରେ ପହଞ୍ଚିଥାନ୍ତେ, ହେଲେ ଘଟିଗଲା ବଡ଼ ଅଘଟଣ । ମହୁଲ ଗଛରେ ବାଇକ୍ ପିଟି ହୋଇ ଘଟଣାସ୍ଥଳରେ ଚାଲିଗଲା ବାପା ଏବଂ ଝିଅର ଜୀବନ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ରୁଗୁଡ଼ି ଛକ ନିକଟରେ । ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ରୁଗୁଡ଼ି ଗ୍ରାମର କୁମାର ମାରାଣ୍ଡି କପ୍ତିପଦା ଥାନା ଜାମୁପଦା ଆଶ୍ରମ ବିଦ୍ୟାଳୟରେ ପଢ଼ୁଥିବା ଝିଅକୁ ନେବା ପାଇଁ ଆସିଥିଲେ । ଝିଅକୁ ନେବାକୁ ଆସିଥିବା ବେଳେ ସାଙ୍ଗରେ ନିଜ ପୁଅକୁ ମଧ୍ୟ ଘରୁ ନେଇ ଆସିଥିଲେ କୁମାର । ହଷ୍ଟେଲରୁ ଝିଅକୁ ନେଇ ସମସ୍ତେ ଏକ ବାଇକରେ ଘରକୁ ଫେରୁଥିବା ବେଳେ ରୁଗୁଡ଼ି ଗାଁରେ ପହଞ୍ଚିବାକୁ ଆଉ ମାତ୍ର କେଇ ମିଟର ଦୂର ଥିଲା ଭାରସାମ୍ୟ ହରାଇ ଏକ ମହୁଲ ଗଛରେ ପିଟି ହୋଇଥିଲା ବାଇକ୍ । ଯେଉଁଥିରେ ଗାଡ଼ିରେ ଥିବା ବାପା, ପୁଅ ଏବଂ ଝିଅ ସମସ୍ତେ ଛିଟିକି ପଡ଼ିଥିଲେ । ଘଟଣାସ୍ଥଳରେ ବାପା କୁମାର ମାରାଣ୍ଡି ଏବଂ ଝିଅ ସାଲଗେ ମାରାଣ୍ଡିଙ୍କର ମୃତ୍ୟୁ ହୋଇଥିଲା । ପୁଅ ରୁଇଦାସ ମାରାଣ୍ଡି ଗୁରୁତର ହୋଇଥିବା ବେଳେ ତାଙ୍କୁ ଉଦଳା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଖବର ପାଇ ଶରତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.