jayashree

ହିତାଧିକାରୀଙ୍କ ଠାରୁ ନେଇଥିବା ଅଧା ପ୍ରୋତ୍ସାହନ ରାଶି ଫେରାଇଲେ ଦଲାଲ

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ଗରିବ ଲୋକଙ୍କ ପାଇଁ ବିଜୁପକ୍କା ଘର, ପ୍ରଧାନ ମନ୍ତ୍ରୀ ଆବାସ ଘର ଦେଉଛନ୍ତି । ଏହି ଆବାସ ଘରକୁ ୪/୫ମାସ ଭିତରେ ଘର ସମ୍ପୂର୍ଣ୍ଣ ନିର୍ମାଣ କଲେ ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ମିଲୁଛି । ହେଲେ ଏହି ପ୍ରୋତ୍ସାହନ ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା ହେଲା ପରେ ଜଣେ ଦଲାଲ ବ୍ଲକ କର୍ମୀଚାରୀଙ୍କ ନାଁ ଧରି ହିତାଧିକାରୀଙ୍କ ଠାରୁ ପୁଣି ଟଙ୍କା ଆଧାୟ କରିଥିବା ଅଭିଯୋଗ ହୋଇଥିଲା । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ଅନ୍ତର୍ଗତ ପତ୍ରାପାଲି ଗାଁର କେତେକ ବ୍ୟକ୍ତିଙ୍କ ଠାରୁ ବଲରାମ ଶଗଡିଆ ନାମକ ଜଣେ ଯୁବକ ବ୍ଲକ କର୍ମୀଚାରୀଙ୍କ ନାଁ ଧରି ଆବାସ ହିତାଧିକାରୀ ପାଇଥିବା ପ୍ରୋତ୍ସାହନ ରାଶିରୁ ଅଧା ଟଙ୍କା ନେଇ ଯାଇଥିଲେ । ହେଲେ ହିତାଧିକାରୀଙ୍କ ଠାରୁ ପ୍ରୋତ୍ସାହନ ରାଶିରୁ ଅଧା ଟଙ୍କା ନେଇଥିବା କିଛି ଦିନ ପରେ ଗଣମାଧ୍ୟମରେ ଖବର ପ୍ରସାର ପ୍ରସାରିତ ହୋଇଥିଲା । ଗଣମାଧ୍ୟମରେ ପ୍ରସାର ପ୍ରଚାରିତ ହୋଇଥିବା ଖବର ଶୁଣି ବଲରାମ ହିତାଧିକାରୀଙ୍କ ଘରକୁ ଯାଇ ଧମକ ମଧ୍ୟ ଦେଇଥିବା ହିତାଧିକାରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ । ପରେ ତା:୨୩/୦୫/୨୦୨୧ ରବିବାର ଦିନ ହିତାଧିକାରୀଙ୍କୁ ଡାକି ପ୍ରୋତ୍ସାହନ ରାଶିରୁ ଅଧା ଟଙ୍କା ନେଇଥିବା ହିତାଧିକାରୀଙ୍କୁ ଦେଇ ପୁଣି ଫେରାଇବାକୁ କିଛି ଦିନ ସମୟ ଦେଇଥିବା ହିତାଧିକାରୀ ସୂଚନା ଦେଇଛନ୍ତି । ଏଭଳି ଦଲାଲଙ୍କ ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Leave A Reply

Your email address will not be published.