jayashree

ତାଳଚେର ୱାର୍କିଂ ଜର୍ଣ୍ଣାଲିଷ୍ଟ ଆସୋଏସନ୍‌ ପକ୍ଷରୁ ଜାତୀୟ ପ୍ରେସ୍‌ ଦିବସ ପାଳିତ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ଗଣତନ୍ତ୍ରକୁ ବିପତ୍ତି ପଡ଼ିଥିବା ବେଳେ ଗଣମାଧ୍ୟମ ହିଁ ଏହାକୁ ସଜାଡ଼ିବାରେ ଭୂମିକା ନେଇଛି । ଏବେ ବି ଗଣତନ୍ତ୍ର ଉପରେ ବାରମ୍ବାର ବିପଦ ଆସିବା ସହ ଅର୍ଥନୀତି କ୍ଷେତ୍ରରେ ମାନ୍ଦାବସ୍ଥା ଦେଖାଦେଇଛି । ଏହି ସନ୍ଧିକ୍ଷଣରେ ଗଣମାଧ୍ୟମ ଜାଗ୍ରତ ପ୍ରହରୀ ସାଜି ଗଣତନ୍ତ୍ରକୁ ପରିପୁଷ୍ଟ କରିବାରେ ଭୂମିକା ନେଇପାରିବ। ‘ତାଳଚେର ୱାର୍କିଂ ଜର୍ଣ୍ଣାଲିଷ୍ଟ ଆସୋଏସନ୍‌ ପକ୍ଷରୁ ତାଳଚେର ସଭାଘରଠାରେ ଅନୁଷ୍ଠିତ ଜାତୀୟ ପ୍ରେସ୍ ଦିବସରେ ଅତିଥିମାନେ ଏପରି ବକ୍ତବ୍ୟ ରଖିଛନ୍ତି । ତାଳଚେର ୱାର୍କିଂ ଜର୍ଣ୍ଣାଲିଷ୍ଟ ଆସୋଏସନ୍‌ର କର୍ମକର୍ତ୍ତାମାନେ ଅତିଥିମାନଙ୍କୁ ପାଛୋଟି ଆଣିଥିଲେ । ସଭାପତି ଆର୍ତ୍ତତ୍ରାଣ ପାଣିଙ୍କ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏଡିଏମ୍‌ ରଜନୀକାନ୍ତ ସ୍ୱାଇଁ, ମୁଖ୍ୟବକ୍ତା ଭାବେ ଓଡିଶା ରିପୋର୍ଟେର ସମ୍ପାଦକ ଦେବେନ୍ଦ୍ର ପୃଷ୍ଟି, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମହାପାତ୍ର ଅଂଶଗ୍ରହଣ କରିଥିଲେ । ମଞ୍ଚରେ ବସିଥିବା ନିମନ୍ତ୍ରିତ ଅତିଥିଙ୍କ କର୍ମକର୍ତ୍ତାମାନେ ଉପଢୌକନ ଶହ ପୁଷ୍ପଗୁଚ୍ଛ ପ୍ରଦାନ କରିଥିଲେ ।ତାଳଚେର ୱାର୍କିଂ ଜର୍ଣ୍ଣାଲିଷ୍ଟ ଆସୋଏସନ୍‌ ସାଧାରଣ ସମ୍ପାଦକ ଦେବରଞ୍ଜନ ସାମଲ ଅତିଥି ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନ କରିଥିଲେ । ଆଜକୁ ୧୩ବର୍ଷ ଧରି ତାଳଚେର ୱାର୍କିଂ ଜର୍ଣ୍ଣାଲିଷ୍ଟ ଆସୋଏସନ୍‌ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳନ କରିଆସୁଛି । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳ, ରାଜ୍ୟର ବଛା ବଛା ସାମ୍ବାଦିକତା, ସମାଜ ସେବା, ଖେଳକୁଦ, ସାହିତ୍ୟ ରଚନା ତଥା ଅନ୍ୟାନ କାର୍ଯ୍ୟରେ କୃତି ହାସଲ କରିଥିବା ବ୍ୟକ୍ତିମାନଙ୍କୁ ଫୋର୍ଥ ପିଲର ଆୱାଡ଼ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଓଟିଭି ମନୋରଞ୍ଜନ ଯୋଶୀ ଅର୍ଘସ ଟିଭି ଚ୍ୟାନେଲର ନିୟୁଜ୍ ଆଙ୍କର ଅପୂର୍ବ ପଣ୍ଡା, ଅନଗୁଳ ଜିଲ୍ଲା ସମ୍ବାଦ ପ୍ରତନିଧି ତଥା ବରିଷ୍ଠ ସାମ୍ବାଦିକ ପତିତପାବନ ସାହୁ, ହାତୀ ସହ ଲଢେ଼ଇ କରି ଓଟିଭିର ନୀର୍ଭୀକ କ୍ୟାମେରାମ୍ୟାନ ପ୍ରଭାତ ସିନା, ଅନଗୁଳ ଧରୀତ୍ରି ଖବର କାଗଜର ଫଟୋଗ୍ରାଫର ଜୋତିରଞ୍ଜନ ସାହୁଙ୍କୁ ଫୋର୍ଥ ପିଲର୍‌ ଆୱାଡ଼ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଜାତୀୟ ପ୍ରେସ ଦିବସ ଅବସରରେ ଏକ ରକ୍ତଦାନ କାର୍ଯ୍ୟକ୍ରମ ଓ ଗରିବ ପିଲାଙ୍କୁ ପାଠପଢା ଉପକରଣ ପ୍ରଦାନ କରାଯାଇଥିଲା । ଗଣତନ୍ତ୍ରର ୪ଟି ସ୍ତମ୍ଭ ମଧ୍ୟରୁ ଯଦି ଗୋଟିଏ ବି ସ୍ତମ୍ଭ ଦୁର୍ବଳ ହୁଏ, ତେବେ ଗଣତନ୍ତ୍ର ଦୁର୍ବଳ ହୋଇଯିବ । ତେବେ ସାମ୍ବାଦିକମାନେ କର୍ମ କ୍ଷେତ୍ରରେ ଥିବା ସମୟରେ ନିରାପତ୍ତା ଏକ ଆହ୍ବାନ ପାଲଟିଛି । ଏଥିପାଇଁ ସାମ୍ବାଦିକମାନଙ୍କୁ ଏକାଠି ହୋଇ ମିଳିତ ସ୍ବର ଉଠାଇବାକୁ ପଡ଼ିବ ବୋଲ ମୁଖ୍ୟ ଅତିଥି ବକ୍ତ୍ୟବ ମାଧ୍ୟମରେ ପ୍ରକାଶ କରିଥିଲେ । ପ୍ରତିକୂଳ ବ୍ୟବସ୍ଥା ସତ୍ତ୍ବେ ସାମ୍ବାଦିକମାନେ ଜନସ୍ୱାର୍ଥ ପାଇଁ ଲଢ଼େଇ କରୁଛନ୍ତି । ଗଣତନ୍ତ୍ରରେ ସାମ୍ବାଦିକମାନଙ୍କ ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ସାମ୍ବାଦିକମାନେ ନ ଥିଲେ ସମ୍ଭବତଃ ସମାଜରେ ଅରାଜକତା ବୃଦ୍ଧି ପାଉଥାନ୍ତା ବୋଲି ମୁଖ୍ୟ ବକ୍ତା ବକ୍ତବ୍ୟ ରଖିଥିଲେ । ସଭା ଶେଷରେ ତାଳଚେର ୱାର୍କିଂ ଜର୍ଣ୍ଣାଲିଷ୍ଟ ଆସୋଏସନ୍‌ କାର୍ଯ୍ୟକାରୀ ସଭାପତି ମନିଲ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ଉପସଭାପତି ମଦନ ମୋହନ ସାହୁ, ସାଧାରଣ ସମ୍ପାଦକ ଦେବରଞ୍ଜନ ସାମଲ, କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ର ମହାରଣା, ମନିଲ ମହାରଣା, କୋଷାଧ୍ୟକ୍ଷ ଅଜୟ ନାୟକ, ଜନ ସମ୍ପର୍କ ଅଧିକାରୀ ବାସୁଦେବ ପ୍ରଧାନ, ସାୟଦ ଜୁଲଫିକର ହୁସେନ, ବାପୁଜୀ ସାମଲ, ମଣ୍ଟୁ ମହାନ୍ତି, ସୌଭାଗ୍ୟ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.