ଜାତୀୟ ପ୍ରେସ୍‌ ଦିବସ ଅବସରରେ ବରିଷ୍ଠ ସାମ୍ବାଦିକ ରବି ରଥଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଜାତୀୟ ପ୍ରେସ୍‌ ଦିବସ ଅବସରରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଆୟୋଜିତ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ପକ୍ଷରୁ ଜୀବନବ୍ୟାପି ସାଧନା ଓ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ସାମ୍ବାଦିକ ତଥା ଅଖିଳ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ (ଏଏସ୍‌ଏମ୍‌ଏନଆଇ)ର ସଭାପତି ରବି ରଥଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଶ୍ରୀ ରଥଙ୍କୁ କଲ୍ୟାଣ ବୋର୍ଡ ପକ୍ଷରୁ ପେନସନ୍‌ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କେନ୍ଦ୍ର ଜଳଶକ୍ତି ଏବଂ ଜନଜାତି ବିକାଶ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ବୋର୍ଡର ଅଧ୍ୟକ୍ଷ ତଥା ଲୋକ ସେବକ ମଣ୍ଡଳର ଅଧ୍ୟକ୍ଷ ଦୀପକ ମାଲବ୍ୟ, କଲ୍ୟାଣ ବୋର୍ଡର ସଭାପତି ପ୍ରଦୋଷ ପଟ୍ଟନାୟକ, ଉପସଭାପତି ପ୍ରଦ୍ୟୁମ୍ନ ମହାନ୍ତି, ସାଧାରଣ ସମ୍ପାଦକ ସନତ ମିଶ୍ର, କାର୍ଯ୍ୟକାରୀ ସଭାପତି ଶ୍ରୀରାମ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.