ଡେଲାଙ୍ଗରେ ରାଷ୍ଟ୍ରୀୟ ପ୍ରେସ୍‌ ଦିବସ ପାଳିତ

  • ଆଚଂଳିକ ଶାନ୍ତି ଓ ବିକାଶ କ୍ଷେତ୍ରରେ ସମ୍ବାଦପତ୍ର ଉତ୍ତରଦାୟିତ୍ୱ ଉପରେ ଆଲୋଚନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ପ୍ରେସ୍‌ କ୍ଲବ ଏବଂ ମେକ୍‌ ଇନ୍‌ ଇଣ୍ଡିଆ ଆଣ୍ଡ ମିଡଆ ପରିବାର, ଡେଲାଙ୍ଗ ମିଳିତ ଆନୁକୁଲ୍ୟରେ ଜାତୀୟ ପ୍ରେସ୍‌ ଦିବସ୍‌- ୨୦୨୧ ଡେଲାଙ୍ଗ ବ୍ଲକ ବିଜୁପଟ୍ଟନାୟକ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ବରିଷ୍ଟ ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରିଥିବା ବେଳେ ଏହି ସମାରୋହ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଡେଲାଙ୍ଗ ବ୍ଲକ ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀ, ମୁଖ୍ୟବକ୍ତା ଭାବେ ତହସିଲଦାର ସୁଶ୍ରୀ ନିବେଦିତା ପରିଡା, ସମ୍ମାନିତ ଅତିଥି ରୂପେ ମିଶନ ଶକ୍ତି ମହାସଂଘର ସମ୍ପାଦିକା ବାସନ୍ତି ସାହୁ ଯୋଗଦାନ କରି ଶର୍ଷକ ଆଚଂଳିକ ଶାନ୍ତି ଓ ବିକାଶ କ୍ଷେତ୍ରରେ ସମ୍ବାଦପତ୍ରର ଉତ୍ତରଦାୟିତ୍ୱ ଉପରେ ଆଲୋଚନା ଚକ୍ରରେ ନିଜର ମତବ୍ୟକ୍ତ ରଖିବା ସହ ସାମ୍ବାଦିକମାନଙ୍କର ମୌଳିକ ସମସ୍ୟା, କୋଭିଡ ସମୟରେ ମିଡିଆର ଭୂମିକା ଉପରେ ଆଲୋକପାତ କରିବା ସହ ସାମ୍ବାଦିକମାନଙ୍କୁ ଉସାôହିତ କରିଥିଲେ । ମେକ୍‌ ଇନ୍‌ ଇଣ୍ଡିଆ ଆଣ୍ଡ ମିଡଆ ପରିବାରର ପରିଚାଳନା ନିଦ୍ଦେର୍ଶକ ତଥା ସାମ୍ବାଦିକ ଦିଲ୍ଲିପ କୁମାର ଧାଉଡିଆ ଅତିଥି ପରିଚୟ ଓ ସ୍ୱାଗତ ସମ୍ବର୍ଦ୍ଧନା କରଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ଚିତ୍ତରଞ୍ଜନ ଜେନା, ଗୀତାରାଣୀ ରଣଜିତ, ଅନିମା ମିଶ୍ର, ଶୁଭଲକ୍ଷ୍ମୀ ସେନାପତି, ପ୍ରଦିପ କୁମାର ନାୟକ, ସନ୍ତୋଷ କୁମାର ପଣ୍ଡା, ସିଦ୍ଧାର୍ଥ ବଳବନ୍ତରାୟ, ହିମାଂଶୁ ମହାପାତ୍ର, ଫଟୋ ସାମ୍ବ।।ଦିକ ରାମକୃଷ୍ଣ ପରିିଡା ମରାଜେଶ କୁୁମାର ବେହେରା, ସାମାଜିକ କର୍ମୀ ବେଣୁଧର ମଙ୍ଗରାଜ, ଦିଲ୍ଲୀପ ପାଇକରାୟ, ପ୍ରବିତ୍ର ପ୍ରଧାନ ସମେତ ବହୁ ସଂଖ୍ୟାରେ ମିଶନ ଶକ୍ତି ମହାସଂଘର ସଦସ୍ୟାମ।।ନେ ଉପସ୍ଥିତ ରହିଥିଲେ । ପରିଶେଷରେ ସାମ୍ବାଦିକ ରଶ୍ମିରଞ୍ଜନ ପ୍ର୍ରଧାନ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.