jayashree

ଗୁରୁ ନାନକ ପବ୍ଲିକ ସ୍କୁଲ୍‌ରେ ଜାତୀୟ ପ୍ରେସ ଦିବସ ପାଳନ : ୫୦ରୁ ଅଧିକ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଅନ୍ୟତମ ପରିଚିତ ତଥା ସେକ୍ଟର – ୨୧ ଥିବା ଗୁରୁ ନାନକ ପବ୍ଲିକ ସ୍କୁଲ୍‌ରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ୫୦ରୁ ଅଧିକ ବିଭିନ୍ନ ବର୍ଗର ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ସ୍କୁଲ୍‌ ପରିଚାଳନା ସମିତିର କର୍ମକର୍ତ୍ତା ସୁରିନ୍ଦର ସିଂହ ଛାବ୍ରା, ହର୍‌ଦୀପ ସିଂହ ଏବଂ ସ୍କୁଲର ଅଧ୍ୟକ୍ଷା ମନଭିନ କୌରଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ଆୟୋଜିତ ଏକ ସଭାରେ ଉପସ୍ଥିତ ଅତିଥି ଓ ସାମ୍ବାଦିକମାନେ ଜାତୀୟ ପ୍ରେସ ଦିବସ ପାଳନ ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷ କରି ସମାଜରେ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସହିତ ସମସ୍ତଙ୍କ ମଧ୍ୟରେ ସମନ୍ୱୟ ଏବଂ ଏକତା ରକ୍ଷା କରି କାର୍ଯ୍ୟ କରିବା ଦିଗରେ ଉଭୟେ ସାମ୍ବାଦିକ ଏବଂ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ପାରସ୍ପରିକ ସହଯୋଗ ସମ୍ପର୍କରେ ବକ୍ତାମାନେ ମତ ରଖିଥିଲେ । ଏହି ଅବସରରେ ରାଉରକେଲା ସହରରେ କାର୍ଯ୍ୟରତ ବିଭିନ୍ନ ବର୍ଗର ୫୦ରୁ ଅଧିକ ସାମ୍ବାଦିକଙ୍କୁ ସ୍ମାରକୀ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶିଖ୍‌ ଧର୍ମର ପ୍ରତିଷ୍ଠାତା ତଥା ଧର୍ମଗୁରୁ ନାନକଜୀଙ୍କ ପ୍ରକାଶ ପର୍ବ ପାଳନ ଉପଲକ୍ଷେ ବିଦ୍ୟାଳୟ ପକ୍ଷରୁ ପ୍ରଥମ ଥର ପାଇଁ ଏହିପରି କାର୍ଯ୍ୟକ୍ରମର ଆୟୋଜନକୁ ସାମ୍ବାଦିକମାନେ ପ୍ରଶଂସା କରିଥିଲେ । ବିଦ୍ୟାଳୟର ଶିକ୍ଷକ ଗଦାଧର ପାଣିଗ୍ରାହୀଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ମୀନକେତନ ମହାପାତ୍ର, ରଶ୍ମିରେଖା ଧଳ, ପି ସାଇଜନ୍ୟାଙ୍କ ସମେତ ବିଦ୍ୟାଳୟର ଉପାଧ୍ୟକ୍ଷା ପାପ୍ରିରାୟ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ସମ୍ବାଦିକମାନଙ୍କ ମଧ୍ୟରେ ସଞ୍ଜୀବ ନାୟକ, କୁଞ୍ଜ ବିହାରୀ ରାଉତ, ବିବେକାନନ୍ଦ ଦାସ, ବିରେନ ପତି ସତ୍ୟାନନ୍ଦ ବେହେରା ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

Leave A Reply

Your email address will not be published.