ନରସିଂହଙ୍କ ପ୍ରେସ ବିବୃତି

  • ରାଧାକୃଷ୍ଣ ମନ୍ଦିର ବଲାଙ୍ଗିର ନ ଭାଙ୍ଗି ତାର ସୁରକ୍ଷା କରୁ ପ୍ରଶାସନ : ନରସିଂହ
  • ଲୋକଙ୍କ ଭାବାବେଗ ସହ ଖେଳିଲେ ହେବ ଜନ ଆନ୍ଦୋଳନ : ନରସିଂହ

ବଲାଙ୍ଗିର,( ଦେବାଶିଷ ମିଶ୍ର ) : ବଲାଙ୍ଗିର ରାଧାରାଣୀ ପଡା ଜିଲ୍ଲା ସଦର ମହକୁମା ଡାକ୍ତରଖାନା ନିକଟବର୍ତ୍ତି ରାଧାକୃଷ୍ଣ ମନ୍ଦିର ବଲାଙ୍ଗିରର ଏକ ସର୍ବ ପୁରାତନ ମନ୍ଦିର । ଦୀର୍ଘ ୧୧୦ ବର୍ଷ ହେଲା ବଲାଙ୍ଗିରର ଲୋକେ ପିଢି ପରେ ପିଢି ଏଠାରେ ପୂଜାର୍ଚ୍ଚନା କରିଥାନ୍ତି । ବର୍ତ୍ତମାନ ବି ଦେଖାଯାଉଛି ବଲାଙ୍ଗିର ତହସିଲ ଏବଂ ପୌରାଞ୍ଚଳ, ପରିଷଦ ମିଳିତ ଭାବରେ ଏହି ମନ୍ଦିରକୁ ଭାଙ୍ଗିବା ପ୍ରୟାସ କରୁଛନ୍ତି । କାହିଁକି କେଜାଣି ଏହି ସର୍ବ ପୁରାତନ ମନ୍ଦିର ଯାହାକି ଏ ଅଂଚଳ ଲୋକଙ୍କ ଭାବାବେଗ ସହିତ ଜଡିତ ଅଛି ତାକୁ ଭାଙ୍ଗି ଲୋକଙ୍କ ଆବେଗ ସହ ଖେଳିବା ଚେଷ୍ଟା କରୁଛନ୍ତି । ଯଦି ଏଥିରୁ ସେମାନେ ବିରତନ ହେବେ ତେବେ ଆଗାମୀ ଦିନରେ ନିଶ୍ଚିତ ଭାବରେ ରାଧାକୃଷ୍ଣ ମନ୍ଦିରର ସୁରକ୍ଷା ପାଇଁ ଏକ ବିରାଟ ଜନ ଆନ୍ଦୋଳନ କରାଯିବ ବୋଲି ଆଜି ପ୍ରେସ୍‌ ବିବୃତ୍ତି ମାଧ୍ୟମରେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଗଣମାଧ୍ୟମକୁ ଜଣାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସହରର ମଧ୍ୟ ଭାଗରେ ଅବସ୍ଥିତ ଏହି ମନ୍ଦିର ଯୋଗୁଁ ସାଧାରଣ ଜନତାଙ୍କ କୌଣସି ଅସୁବିଧା ହେଉନାହିଁ । ଏହା ଯୋଗୁଁ କିଛି ଟ୍ରାଫିକ୍‌ ସମସ୍ୟା ଉପୁଜୁଛି, ନା କିଛି ଏ ମନ୍ଦିର ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜୁଛି । ଏପରି ସ୍ଥଳେ ବଲାଙ୍ଗିର ତହସିଲ ଓ ପୌରାଞ୍ଚଳ ପରିଷଦ ଏହି ମନ୍ଦିର ଭାଙ୍ଗିବା ପାଇଁ କରୁଥିବା ପ୍ରୟାସ ଅତି ନିନ୍ଦନୀୟ ଅଟେ । ବିଭିନ୍ନ ଜିଲ୍ଲାରେ ବିଭିନ୍ନ ମଠ ମନ୍ଦିରର ଉନ୍ନତି ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କାର ଅର୍ଥ ବରାଦ କରୁଥିବା ବେଳେ ଏହି ମନ୍ଦିର ପ୍ରତି ତାଙ୍କ ଅଧିନସ୍ଥ ବଲାଙ୍ଗିର ତହସିଲ କାର୍ଯ୍ୟାଳୟ ଏବଂ ପୌରାଞ୍ଚଳ ପରିଷଦ କାହିଁକି ଅସୁୟା ମନୋଭାବ ପୋଷଣ କରିଛି ବୋଲି ବିଧାୟକ ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି । ସେ ଏହି ପ୍ରେସ୍‌ ବିବୃତ୍ତି ମାଧ୍ୟମରେ ଚେତାବନୀ ଦେଇଛନ୍ତି । ଯେ ଏ ମନ୍ଦିର ଭାଙ୍ଗିବା ପ୍ରୟାସରୁ ସେମାନେ ବିରତ ରୁହନ୍ତୁ ନଚେତ ଆଗାମୀ ଦିନରେ ଏକ ବିରାଟ ଆନ୍ଦୋଳନ ମାଧ୍ୟମରେ ଏମାନେ ଜନ ଆକ୍ରୋସର ଶିକାର ହେବେ ।

Leave A Reply

Your email address will not be published.