ରଙ୍ଗିଲା ବାବୁଙ୍କ ୩୪ ବର୍ଷ ବୟସରେ ୬୨ ପ୍ରେମିକା : ପୁଣି ୫ ପତ୍ନୀ

ଭୁବନେଶ୍ୱର : ଜଣେ ପ୍ରେମିକାଙ୍କ ପ୍ରେମରେ ଉବୁଡ଼ୁବୁ ହେବା ବେଳକୁ ଜୀବନରେ ବେଳ ପାଉନି । ଅଥଚ ରଙ୍ଗିଲା ବାବୁଙ୍କ ୩୪ ବର୍ଷ ବୟସରେ ୬୨ ପ୍ରେମିକା । ପୁଣି ୫ ପତ୍ନୀ । ଶୁଣିବାକୁ ଅଡ଼ୁଆ ଲାଗିଲେ ବି କଥାଟା ସତ । ବାଟରେ ପଡ଼ି ହାଟରେ ଗଡ଼ୁଛି ଏହି ଘଟଣା । ପୋଲିସ ହାତରେ ଧରାପଡ଼ିଗଲେ ରଙ୍ଗିଲା ବାବୁ । ଏବେ ପୋଲିସ କବ୍‌ଜାରେ ରୋମିଓ । ୬୨ ଜଣ ମହିଳା ଓ ଯୁବତୀଙ୍କୁ ପ୍ରେମ ଫାଶରେ ପକାଇ ଶାରୀରିକ ସଂପର୍କ ରଖି ଲୁଟୁଥିଲେ ଟଙ୍କା । ସେମାନଙ୍କ ଭିତରୁ ୫ ଜଣଙ୍କୁ ବାହା ହେଲେ । ବାକି କାହା ସହ ଦିନ ବେଳା ଭେଟ ତ’ କାହା ସହ ରାତି ବେଳା । କାହା ସହ ନିର୍ବନ୍ଧ ସରିଛି ତ’ ଆଉ କାହା ସହ ବୁଲାବୁଲିରେ ପ୍ରେମ ସାଉଁଟି ଧରିଛି । ନକଲି ପୁଲିସ ଅଫିସର ସାଜି ପ୍ରେମର ମାୟା ଜାଲ ବିଛେଇଥିବା ପ୍ରେମିକ ପ୍ରବର ହେଉଛନ୍ତି ଯାଜପୁର ଜିଲ୍ଲା ବିଂଝାରପୁର ବଡ଼ମଲ୍ଲିପୁର ଗାଁର ସତ୍ୟଜିତ୍‌ ସାମଲ୍‌ । ଦେଶର ୬ଟି ରାଜ୍ୟରେ ଛାଡ଼ପତ୍ର ଦେଇଥିବା ମିଥ୍ୟା ପ୍ରେମର କାର୍‌ପଟ୍‌ଦାର୍‌ ସତ୍ୟଜିତ୍‌ ଯୁବତୀଙ୍କ ସହ ବିଧବାଙ୍କୁ ଟାର୍ଗେଟ୍‌ରେ ରଖି ଲୁଟୁଥିଲେ ଟଙ୍କା । ଶେଷରେ ତାଙ୍କ କଳା କାର୍‌ନାମାର ଅନ୍ତ ଘଟିଛି । ମହିଳା ପୁଲିସ୍‌ ବିଛାଇଥିବା ପ୍ରେମ ଜାଲରେ ପଡ଼ି ଜେଲ୍‌ ଯାଇଛନ୍ତି ରଙ୍ଗିଲା ବାବୁ । ଜଣେ ମହିଳା ଏସ୍‌ଆଇଙ୍କୁ ମେରାଇନ୍‌ ଡ୍ରାଇଭ୍‌ ବୁଲାଇ ନେବା ବେଳେ ଭୁବନେଶ୍ୱର କମିଶନରେଟ୍‌ ପୁଲିସ ହାତରେ ବନ୍ଧା ହୋଇଛନ୍ତି ସତ୍ୟଜିତ୍‌ । ରଙ୍ଗିଲା ସତ୍ୟଜିତ୍‌ଙ୍କ ମୋବାଇଲ୍‌ ଫୋନ୍‌ ଯାଂଚ କଲା ବେଳକୁ ପୋଲିସର ବି ହୋସ୍‌ ଉଡ଼ିଯାଇଛି । ରଙ୍ଗିଲା ବାବୁଙ୍କ ୩୪ ବର୍ଷ ବୟସରେ ୬୨ ପ୍ରେମିକା । ପୁଣି ୫ ପତ୍ନୀ ରହିଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି ।

Leave A Reply

Your email address will not be published.