ନାବାଳିକା ପ୍ରେମିକାଙ୍କୁ ଆଣି ଗିରଫ ହେଲେ ପ୍ରେମିକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନାବାଳିକା ପ୍ରେମିକାଙ୍କୁ ଆଣି ଗିରଫ ହୋଇଛନ୍ତି ଜଣେ ପ୍ରେମିକ । ପ୍ରେମ ବିବାହ ପାଇଁ ଅନୁମତି ଦେଲାନି ପରିବାର । ନାବାଳକ ପ୍ରେମିକାଙ୍କୁ ଆଣି ଘର ଛାଡ଼ିଦେଲେ ପ୍ରେମିକ । ଏପଟେ ହାତରେ ଟଙ୍କା ନାହିିଁ । ପେଟ ପୋଷିବାକୁ ମଧ୍ୟ ସାମର୍ଥ୍ୟ ନାହିିଁ । ଶେଷରେ ପେଟ ପୋଷିବାକୁ ବଲାଙ୍ଗିରର ଏକ ସିମେଣ୍ଟ ଇଟା କାରଖାନାରେ ଦିନ ମଜୁରିଆ ଭାବେ କାମ କରୁଥିଲେ ଦୁହେଁ ପ୍ରେମିକ ପ୍ରେମିକା । ଏ ସମ୍ପର୍କରେ ଛତିଶଗଡ଼ ପୋଲିସ ଜାଣିବା ପରେ ବଲାଙ୍ଗିର ପୋଲିସ ସହାୟତାରେ ପ୍ରେମିକଙ୍କୁ ଗିରଫ କରିବା ସହ ପ୍ରେମିକାଙ୍କୁ ଉଦ୍ଧାର କରିଛି ।

ସୂଚନା ଅନୁଯାୟୀ ନୂଆପଡା ଜିଲ୍ଲା ମାଗୁର୍‌ପାନି ଗାଁର ଉମାଶଙ୍କର ମାଝୀ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ କାମ କରୁଥିଲେ । ସେଠାରେ କାମ କରୁଥିବା ସମୟରେ ସେ ଛରା ଥାନା ଅନ୍ତର୍ଗତ ପେଲମା ଗାଁର ଜଣେ ନାବାଳିକା ଯୁବତୀଙ୍କ ପ୍ରେମରେ ପଡ଼ିଲେ । ଦୁହେଁ ଦୁୂହିିଁଙ୍କ ପ୍ରେମରେ ବାନ୍ଧି ହୋଇଗଲେ । ଏପରିକି ଦୁହିିଁଙ୍କ ପ୍ରେମରେ ପାଗଳ ହୋଇଥିଲେ । ଉଭୟ ଏନେଇ ପରିବାର ଲୋକଙ୍କୁ କହିଥିଲେ ବି ପରିବାର ଲୋକେ ଏ ସଂପର୍କରେ ରାଜି ହୋଇନଥିଲେ । ପ୍ରେମରେ ପ୍ରତିବନ୍ଧକ ସାଜିଥିଲା ପରିବାର । ଶେଷରେ ପ୍ରେମ ପାଇଁ ଘର ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ ପ୍ରେମୀ ଯୁଗଳ ।

କିଛି ଦିନ ତଳେ ଉମାଶଙ୍କରଙ୍କ ସହିତ ପ୍ରେମିକା ଘର ଛାଡ଼ି ଚାଲି ଆସିଥିଲେ । ହାତରେ ଟଙ୍କାଟିଏ ନଥିବାରୁ ଚଳିବେ କେମିତି ? ବାହା ହେବେ କେମିତି ? ସେହି ଚିନ୍ତାରେ ପଡ଼ିଗଲେ ପ୍ରେମୀ ଯୁଗଳ । କିଛି ଉପାୟ ନପାଇ ବଲାଙ୍ଗିର ସହର ଉପକଣ୍ଠ ଛୁଇଁବନ୍ଧଠାରେ ଥିବା ଏକ ସିମେଣ୍ଟ ଇଟା କାରଖାନାରେ କାମ କରୁଥିଲେ ।

ଅନ୍ୟପକ୍ଷରେ ଘର ଛାଡ଼ି ଝିଅ ଚାଲି ଆସିବା ପରେ ପରିବାର ଲୋକେ ଏନେଇ ଛରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ତଦନ୍ତ ବେଳେ ଉମାଶଙ୍କର ଓ ତାଙ୍କ ପ୍ରେମିକା ବଲାଙ୍ଗିର ସହର ଭିତରେ ଥିବା ଜାଣିବାକୁ ପାଇଥିଲା ପୁଲିସ୍‌ । ଏହା ପରେ ଛତିଶଗଡ଼ ପୁଲିସ ବଲାଙ୍ଗିର ସହରରେ ଡେରା ପକାଇଥିଲା । ସ୍ଥାନୀୟ ପୁଲିସ ସହାୟତାରେ ଛତିଶଗଡ଼ ପୁଲିସ ପ୍ରେମୀ ଯୁଗଳଙ୍କୁ କାବୁ କରିଥିଲା । ପୁଲିସ ନାବାଳିକାଙ୍କୁ ଉଦ୍ଧର କରିଥିବା ବେଳେ ଉମାଶଙ୍କରଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.