ଖଣି ମନ୍ତ୍ରଣାଳୟର ସଚିବ ଭି.ଏଲ୍.କାନ୍ତ ରାଓଙ୍କ ପକ୍ଷରୁ ଭୁବନେଶ୍ୱରରେ ଅନୁଷ୍ଠିତ ୬୪ତମ ସିଜିପିବି ବୈଠକରେ ଭାରତର ଖଣିଜ ଓ ଖଣି କ୍ଷେତ୍ରରେ ଉଦ୍ଭାବନ, ସ୍ଥାୟୀତା ଏବଂ ଅଭିବୃଦ୍ଧି ପାଇଁ ସାମୂହିକ ପ୍ରୟାସ ଉପରେ ଗୁରୁତ୍ୱାରୋପ
- ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ୪୦୨ ଖଣିଜ ବିକାଶ ଏବଂ ୧୬୭ ଖଣିଜ ଆବିଷ୍କାର ପ୍ରକଳ୍ପ ସମେତ ୧୦୬୫ ବୈଜ୍ଞାନିକ କାର୍ଯ୍ୟକ୍ରମ ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପ୍ରକଳ୍ପରେ ୧୬% ବୃଦ୍ଧି ସହିତ ଏକ ବିସ୍ତୃତ ରୋଡମ୍ୟାପ୍ ପ୍ରସ୍ତୁତ କରିଛି
ଭୁବନେଶ୍ୱର, (ପିଆଇବି) : କେନ୍ଦ୍ରୀୟ ଭୂତତ୍ୱ ପ୍ରୋଗ୍ରାମିଂ ବୋର୍ଡ (ସିଜିପିବି)ର ୬୪ତମ ବୈଠକ ଲୋକସେବା ଭବନ ସ୍ଥିତ ରାଜ୍ୟ ସମ୍ମିଳନୀ କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖଣି ମନ୍ତ୍ରଣାଳୟ ସଚିବ ତଥା ସିଜିପିବିର ଅଧ୍ୟକ୍ଷ ଭିଏଲ କାନ୍ତ ରାଓ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ଜିଏସ୍ଆଇର ମହାନିର୍ଦେଶକ ଅସିତ ସାହା ଓ ଖଣି ମନ୍ତ୍ରଣାଳୟର ଅତିରିକ୍ତ ସଚିବ ସଞ୍ଜୟ ଲୋହିଆ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଅନୁସନ୍ଧାନ, ଗବେଷଣା ଏବଂ ଖଣି କ୍ଷେତ୍ରର ପ୍ରମୁଖ ଅଂଶୀଦାରମାନଙ୍କୁ ଏକାଠି କରି ଭୂବିଜ୍ଞାନର ଅଗ୍ରଗତି, ଖଣିଜ ଅନୁସନ୍ଧାନ ରଣନୀତି ଏବଂ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଉପରେ ଆଲୋଚନା କରିଥିଲା । ଖଣିଜ ସମ୍ପଦ ବୃଦ୍ଧି, ସ୍ୱଚ୍ଛ ଶକ୍ତି ପଦକ୍ଷେପ, ଭୂ-ବିପର୍ଯ୍ୟୟ ପରିଚାଳନା ଏବଂ ନିରନ୍ତର ବିକାଶ ଉପରେ ଗୁରୁତ୍ୱ ଦେଇ ଉଦୀୟମାନ ପ୍ରାଥମିକତା ପ୍ରତି ସହଯୋଗୀ ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଆଗାମୀ କ୍ଷେତ୍ର ଋତୁ ବର୍ଷ ୨୦୨୫-୨୬ ପାଇଁ ଜିଏସ୍ଆଇର ପ୍ରସ୍ତାବିତ ବାର୍ଷିକ କାର୍ଯ୍ୟକ୍ରମ ଆଲୋଚନା ପାଇଁ ବୋର୍ଡ ନିକଟରେ ଉପସ୍ଥାପନ କରାଯାଇଥିଲା । ଆଗାମୀ ୨୦୨୫-୨୬ ବର୍ଷ ପାଇଁ ଜିଏସ୍ଆଇ ପ୍ରାୟ ୧୦୬୫ଟି ବୈଜ୍ଞାନିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛି, ଯେଉଁଥିରେ ୪୦୨ଟି ଖଣିଜ ବିକାଶ ପ୍ରକଳ୍ପ (ଜି୨; ଜି୨ ଏ୩; ଏ୪; ଏବଂ ଅଫସୋର ଅନୁସନ୍ଧାନ) ଅନ୍ତର୍ଭୁକ୍ତ ଯାହା ନିକଟ ଭବିଷ୍ୟତରେ ନିଲାମଯୋଗ୍ୟ ଖଣିଜ ବ୍ଲକ ସୃଷ୍ଟି କରିବାର କ୍ଷମତା ରଖିଛି ୧୬୭ ଖଣିଜ ଆବିଷ୍କାର ପ୍ରକଳ୍ପ (ଆର୍ଏମ୍ଟି; ଗବେଷଣା ପ୍ରକଳ୍ପ; ସି-ଏମ୍ଏପି; ଜିଟି; ଏମ୍ପିଏ; ମଲ୍ଟିସ୍ପେକ୍ଟରାଲ/ ହାଇପରସେକ୍ଟରାଲ୍ ପ୍ରକଳ୍ପ) ଜି-୪ ପର୍ଯ୍ୟାୟରେ ଭବିଷ୍ୟତ ଅନୁସନ୍ଧାନ ପାଇଁ ଆଶାଜନକ କ୍ଷେତ୍ର ସୃଷ୍ଟି କରିବାର ସମ୍ଭାବନା ରହିଛି । ଅନୁସନ୍ଧାନ କାର୍ଯ୍ୟକଳାପ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ଅନୁସନ୍ଧାନ ଉପରେ ଗୁରୁତ୍ୱ ଦିଆଯାଇଛି, ଆର୍ଇଇ, ଆର୍ଏମ୍, ଗ୍ରାଫାଇଟ୍, ଲିଥିୟମ୍, ଭାନାଡିୟମ୍ ଏବଂ ପିଜିଇ ଭଳି ଗୁରୁତ୍ୱପୂର୍ଣ୍ଣ ଖଣିଜ ଦ୍ରବ୍ୟକୁ ଲକ୍ଷ୍ୟ କରି ୨୨୭ଟି ଉତ୍ସର୍ଗୀକୃତ ପ୍ରକଳ୍ପ ପୂର୍ବ ବର୍ଷ ତୁଳନାରେ ୧୬% ବୃଦ୍ଧି ପାଇଛି । ଏଫ୍ଏସ୍ ୨୦୨୫-୨୬ ପାଇଁ ଜିଏସ୍ଆଇର କ୍ଷେତ୍ର ଋତୁ କାର୍ଯ୍ୟକ୍ରମରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଉପରେ ୨୫% ଅନୁସନ୍ଧାନ ଅନ୍ତର୍ଭୁକ୍ତ, ଯେଉଁଥିରେ ଜିଏସ୍ଆଇର ମୋଟ ବଜେଟ ମଧ୍ୟରୁ ପ୍ରାୟ ୩୦୦ କୋଟି ଗୁରୁତ୍ୱପୂର୍ଣ୍ଣ ଖଣିଜ ଅନ୍ୱେଷଣ ଏବଂ ଅନୁସନ୍ଧାନ ରେ ଖର୍ଚ୍ଚ କରାଯିବ । ଏହାବ୍ୟତୀତ ଜିଏସ୍ଆଇ ୨୦୨୫-୨୬ ପାଇଁ ପ୍ରାକୃତିକ ବିପର୍ଯ୍ୟୟ ଅଧ୍ୟୟନ, ପବ୍ଲିକ୍ ଗୁଡ୍ ଜିଓସାଇନ୍ସ ଏବଂ ମୌଳିକ ଭୂବିଜ୍ଞାନ ଅଧୀନରେ ୧୪୧ଟି ପ୍ରକଳ୍ପର ରୂପରେଖ ଦେଇଛି । ଏଥିରେ ଭୂସ୍ଖଳନ, ଭୂ-ବୈଷୟିକ ଅଧ୍ୟୟନ, ମେରୁ ଓ ଗ୍ଲାସିଓଲୋଜି ଗବେଷଣା, ଜଳବାୟୁ ପରିବର୍ତନ ଏବଂ ପରିବେଶ ଅଧ୍ୟୟନ ସହିତ ମୌଳିକ ଭୂବିଜ୍ଞାନ କ୍ଷେତ୍ରରେ ପଦକ୍ଷେପ ଅନ୍ତର୍ଭୁକ୍ତ । ଏହି ବ୍ୟାପକ ଆଭିମୁଖ୍ୟ ବିପର୍ଯ୍ୟୟ ବିପଦ ହ୍ରାସ, ଜଳବାୟୁ ସହନଶୀଳତା ଏବଂ ବୈଜ୍ଞାନିକ ଅଭିନବତା ପ୍ରତି ଜିଏସ୍ଆଇର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଜିଏସ୍ଆଇ ଅତ୍ୟାଧୁନିକ ଏଆଇ/ଏମ୍ଏଲ୍ ମଡେଲିଂ, ଲିଗେସି ଡାଟା ଇଂଟିଗ୍ରେସନ ଏବଂ ଅନୁସନ୍ଧାନ ଦକ୍ଷତା ବୃଦ୍ଧି ପାଇଁ ମ୍ୟାଗ୍ନେଟୋଟେଲୁରିକ୍ ଏବଂ ହେଲିବର୍ଣ୍ଣ ସର୍ଭେ ଭଳି ଉଦୀୟମାନ ଜ୍ଞାନକୌଶଳର ଉପଯୋଗ କରି ୬୫ଟି ଜିଓଇନଫର୍ମେଟିକ୍ ପ୍ରକଳ୍ପ ଆରମ୍ଭ କରିଛି । ଏହି କାର୍ଯ୍ୟକ୍ରମର ଏକ ପ୍ରମୁଖ ଆକର୍ଷଣ ଥିଲା ଖଣିଜ ସନ୍ଧାନ ପଦ୍ଧତି ହ୍ୟାକାଥନ୍ ବିଜେତାଙ୍କ ନାମ ଘୋଷଣା, ଯେଉଁଥିରେ ଏଆଇ/ଏମ୍ଏଲ୍ ଦ୍ୱାରା ପରିଚାଳିତ ପ୍ରୋସ୍ପେକ୍ଟିଭିଟି ଆନାଲିସିସ ବ୍ୟବହାର କରି ଷ୍ଟାର୍ଟ-ଅପ୍ ଏବଂ ୟୁନିକର୍ନ ପ୍ରଦର୍ଶନ କରାଯାଇଥିଲା । ଏହାବ୍ୟତୀତ ଝାଡ଼ଖଣ୍ଡ ଓ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ଭୂବିଜ୍ଞାନ ଓ ଖଣିଜ ସମ୍ପଦ ଏବଂ ଉତ୍ତର-ପୂର୍ବାଂଚଳର ଭୂବିଜ୍ଞାନ ଓ ଖଣିଜ ସମ୍ପଦ ମାନଚିତ୍ର ସମେତ ଅନେକ ପ୍ରକାଶନ ପ୍ରକାଶ ପାଇଥିଲା । ୬୪ତମ ସିଜିପିବି ବୈଠକରେ ନିଜ ଅଭିଭାଷଣରେ ଖଣି ମନ୍ତ୍ରଣାଳୟର ସଚିବ ତଥା ସିଜିପିବିର ଅଧ୍ୟକ୍ଷ ଭିଏଲ୍ କାନ୍ତ ରାଓ ସହଯୋଗକୁ ପ୍ରୋତ୍ସାହିତ କରିବା ଏବଂ ଭୂବିଜ୍ଞାନକୁ ଆଗେଇ ନେବାରେ ପ୍ଲାଟଫର୍ମର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ ଖଣି ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବିଷୟରେ ଉଲ୍ଲେଖ କରିଥିଲେ, ଯାହାକି ନିକଟରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବଜେଟ ଘୋଷଣା କ୍ରିଟିକାଲ ମିନେରାଲ ମିଶନ ଏବଂ ଅଫସୋର ମାଇନିଂ ଉପରେ ସହିତ ସମନ୍ୱିତ ହୋଇଥିଲା । ଶ୍ରୀ ରାଓ ୨୦୨୪-୨୫ ବର୍ଷରେ ଏପର୍ଯ୍ୟନ୍ତ ୨୪ଟି ଗୁରୁତ୍ୱପୂର୍ଣ୍ଣ ଖଣିଜ ବ୍ଲକର ସଫଳ ନିଲାମ ଏବଂ ୧୩ଟି ବିଦେଶୀ ଖଣିଜ ବ୍ଲକର ଭାରତର ପ୍ରଥମ ନିଲାମର ଶୁଭାରମ୍ଭ ଉପରେ ଆଲୋକପାତ କରିଥିଲେ । ଖଣିଜ ଅନୁସନ୍ଧାନ ପ୍ରୟାସ ଏବଂ ଗବେଷଣା ଓ ବିକାଶ ପ୍ରକଳ୍ପକାର୍ଯ୍ୟକୁ ବୃଦ୍ଧି କରିବା ପାଇଁ ଏନ୍ଏମ୍ଇଟି ପାଣ୍ଠିର ଉପଯୋଗ କରିବାକୁ ସେ ଅନୁସନ୍ଧାନ ଏଜେନ୍ସିମାନଙ୍କୁ ଉତ୍ସାହିତ କରିଥିଲେ । ଶ୍ରୀ ରାଓ ଏନଜିଡିଆର ପୋର୍ଟାଲରେ ଉପଲବ୍ଧ ଜିଓଲୋଜିକାଲ ଡାଟାର ଉପଯୋଗ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଅଧିକ ଅନୁସନ୍ଧାନ ଲାଇସେନ୍ସ ପ୍ରଦାନ କରିବା ପାଇଁ ନୂତନ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଥିଲେ ଯାହା ଦ୍ୱାରା ଘରୋଇ ଏଜେନ୍ସିଗୁଡ଼ିକ ଖଣିଜ ଅନୁସନ୍ଧାନ କ୍ଷେତ୍ରରେ ଯୋଗଦାନ କରିବାକୁ ସକ୍ଷମ ହୋଇପାରିବେ । ବୈଠକର ବୈଷୟିକ ଅଧିବେଶନରେ ହାକାଥନ ବିଜେତାମାନେ- ଯଥା ପ୍ରଥମ ପୁରସ୍କାର ବିଜେତା ଦଳ ଏଏମ୍ଡି, ଦ୍ୱିତୀୟ ପୁରସ୍କାର ବିଜେତା ଦଳ ଜିଏସ୍ଆଇ ଏବଂ ତୃତୀୟ ପୁରସ୍କାର ବିଜେତା ଦଳ ଆଇଆଇଟି- ଆଇଏସ୍ଏମ୍, ଧନବାଦ ଏଆଇ/ଏମ୍ଏଲ୍ ଉପକରଣ ବ୍ୟବହାର କରି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥକୁ ଟାର୍ଗେଟ କରିବା ପାଇଁ ସେମାନଙ୍କର ଆଲଗୋରିଦମ୍ ଏବଂ ପଦ୍ଧତି ଉପସ୍ଥାପନ କରିଥିଲେ । ଖଣିଜ ଅନୁସନ୍ଧାନ କାର୍ଯ୍ୟକ୍ରମରେ ଏଆଇ/ଏମ୍ଏଲ୍ର ତୀବ୍ର ବ୍ୟବହାର ଦ୍ୱାରା ଜିଏସ୍ଆଇର ଖଣିଜ ଅନୁସନ୍ଧାନ କାର୍ଯ୍ୟରେ ଏହି ପଦ୍ଧତିଗୁଡିକ ବହୁତ ଉପଯୋଗୀ ହେବ । ଏହାବ୍ୟତୀତ ଏହି ଅଧିବେଶନରେ ଏମ୍ଓଇଏଫ୍ସିସି ଦ୍ୱାରା ଜଙ୍ଗଲ ମଞ୍ଜୁରୀ ପାଇଁ ନିର୍ଦ୍ଦେଶାବଳୀରେ ସାମ୍ପ୍ରତିକ ପରିବର୍ତ୍ତନ ଏବଂ ଏନ୍ଜିଡିଆରର ସାମ୍ପ୍ରତିକ ବିକାଶ ବିଷୟରେ ଉପସ୍ଥାପନା କରାଯାଇଥିଲା । ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଭି.ଏଲ୍.କାନ୍ତ ରାଓ ଭୂବିଜ୍ଞାନର ବିଭିନ୍ନ ବିଷୟବସ୍ତୁ ଉପରେ ବିଭିନ୍ନ ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ, ଯେଉଁଥିରେ ଜିଏସଆଇ, ପିଏସ୍ୟୁ, ଘରୋଇ ଅନୁସନ୍ଧାନ ଏଜେନ୍ସି ଏବଂ ଷ୍ଟାର୍ଟଅପ୍ ସେମାନଙ୍କର ସଫଳତା ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମ ଏକ ପ୍ରେରଣାଦାୟକ ଭାବରେ ଶେଷ ହୋଇଥିଲା ଯେଉଁଥିରେ ପ୍ରଗତି, ନବସୃଜନ ଏବଂ ଆଗାମୀ ପିଢ଼ି ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ଏକ ମିଳିତ ଦାୟିତ୍ୱ ଉପରେ ଗୁରୁତ୍ୱାରୋପ କରାଯାଇଥିଲା ।