ବିଦ୍ୟାଳୟ ତଥା ସହରକୁ ସବୁଜମୟ କରିବାକୁ ପ୍ରୟାସ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଜ ବିଦ୍ୟାଳୟ ସହ ରାଉରକେଲାକୁ ଏକ ସବୁଜ ସୁନ୍ଦର ସହରଟିଏ ଭାବେ ଗଢି ତୋଳିବାକୁ ସେକ୍ଟର ୨ସ୍ଥିତ କଳିଙ୍ଗ ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀମାନେ ପ୍ରୟାସ କରିଛନ୍ତି । ସ୍କୁଲର ଅଧ୍ୟକ୍ଷ ପ୍ରଫେସର ଶରତ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ସ୍କୁଲର ଶିକ୍ଷୟିତ୍ରୀ ଦୀପିକା, ଶୁକାନ୍ତୀ ଓ ନିବେଦିତାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ନର୍ସରୀଠାରୁ ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଭାଗ ନେଇ ବୃକ୍ଷ ରୋପଣ, ଚିତ୍ରାଙ୍କନ, ବିଭିନ୍ନ ପ୍ରୋଜେକ୍ଟ ଓ ନୃତ୍ୟଗୀତ ମାଧ୍ୟମରେ ସଚେତନତା ବାର୍ତ୍ତା ବାଣ୍ଟିଥିଲେ । ଅଧ୍ୟକ୍ଷ ପ୍ରଫେସର ବିଶ୍ୱାଳ ବୃକ୍ଷ ରୋପଣ ଓ ସହରକୁ ସବୁଜମୟ କରିବାକୁ ଗୁରୁତ୍ୱାରୋପ କରିଥିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.