ଛାତ୍ରଛାତ୍ରୀଙ୍କୁ ପୁସ୍ତକ ମନସ୍କ କରିବା ପାଇଁ ନୂତନ ପ୍ରୟାସ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବିଦ୍ୟାଶ୍ରୀ ଭ୍ରାମ୍ୟମାଣ ପାଠାଗାର ଚାଣ୍ଟିପଲା, ଟିଟିଲାଗଡ଼, ନୃତ୍ୟ, ଗୀତ ଓ କୁଇଜ୍ ମାଧ୍ୟମରେ ପୁସ୍ତକ ପ୍ରତି ଆକର୍ଷିତ ହେବାର ଅଭିନୟ ପ୍ରୟାସ ଜାରି ରଖିଛି । ଗ୍ରୀଷ୍ମ ଅବକାଶରେ କିପରି ସମୟ ଅପଚୟ ନକରି ପୁସ୍ତକ ମନସ୍କ ହୋଇ ସମୟକୁ ସୁବିନିଯୋଗ କରି ଜ୍ଞାନ ଆହରଣ କରିବେ ସେନେଇ ପାଠାଗାରର ଆବାହକ ବୃନ୍ଦାବନ କୁମ୍ଭାର ମତବ୍ୟକ୍ତ କରିଥିଲେ । ମଞ୍ଚାସୀନ ମୁଖ୍ୟବକ୍ତା ବସନ୍ତ ବଚ୍ଛା ତୁଳସୀ ଦୁଇ ପତ୍ରରୁ ବାସେ ବୋଲି ଉଦାହରଣ ଦେଇ ଗୁଣ ଚରିତ୍ର ବଖାଣିଥିଲେ । ଗୋପବନ୍ଧୁ କ୍ଲବର ସଭାପତି କୃପାସିନ୍ଧୁ ବଚ୍ଛା ଏପରି କାର୍ଯ୍ୟକ୍ରମ ସୁନାଗରିକ ହେବାରେ ସହାୟକ ହେବ ବୋଲି ମତ ପ୍ରକାଶ କରିଥିଲେ । ମୁଖ୍ୟ ଅତିଥି ଧିର୍ମନ ନାଗ ପିଲାଙ୍କୁ ବିଭିନ୍ନ ମାଧ୍ୟମରେ ପୁସ୍ତକ ପ୍ରତି ଆକର୍ଷିତ ହେବାର ଉପାୟ ଅବଲମ୍ବନ କରିଥିଲେ । ମଞ୍ଚ ଓ କୁଇଜ୍ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଶିକ୍ଷାବିତ୍‌ ମଦନ ବନଛୋର, ରୋଶନ କୁମ୍ଭାର, ରଞ୍ଜନ କୁମାର ଟାକ୍ରି , ଲୁକେଶ୍ଵର ବଗର୍ତ୍ତି । ପୂର୍ବି ଛତ୍ରିଆ, ଖୁସି ଛତ୍ରିଆ, ଭୁବନେଶ୍ଵରୀ ବଗର୍ତ୍ତି, ଅମ୍ବିକା ବଗର୍ତ୍ତି, ଜ୍ୟୋତି ନାଗ, ମାନସୀ ବଚ୍ଛା, ବିଳାସିନୀ ଭୋଇ, ଚର୍ଚ୍ଚିତା ନାଗ, ପାୟଳ ବଛା, ଲଳିତା ଭୋଇ, ରାକେଶ ବନଛୋର, ଦୀପା ବନଛୋର, ଭୂମିସୂତା ବଗର୍ତ୍ତି, ହିମାନ୍ଦ୍ରୀ ବଗର୍ତ୍ତି, ସୁବାସ ବଗର୍ତ୍ତି, ଶିବୁ ଛୁରା, ଲିଙ୍ଗରାଜ ବଗର୍ତ୍ତି, ନୃତ୍ୟ ପରିବେଷଣ, କବିତା ଆବୃତ୍ତି ତଥା କୁଇଜ୍ ବିଜେତାଙ୍କୁ ଖାତା କଲମ ପୁରସ୍କୃତ କରିବା ସଙ୍ଗେ ସଙ୍ଗେ କରତାଳିରେ ସ୍ଵାଗତ କରାଯାଇଥିଲା । ଭବିଷ୍ୟତରେ କିପରି ଜଣେ ଭଲ ମଣିଷ ହେବେ ତାହା ସହିତ ସମାଜ ସେବା କାର୍ଯ୍ୟରେ ଲିପ୍ତ ରହିବେ ସେ ବିଷୟରେ ବିଶେଷ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ବିଦ୍ୟାଶ୍ରୀ ଭ୍ରାମ୍ୟମାଣ ପାଠାଗାର କିପରି ନିର୍ଦ୍ଦିଷ୍ଟ ସ୍ଥାନରେ ନରହି ଦିଗାଦିଗାନ୍ତରେ ବ୍ୟାପକ ପ୍ରଚାର ପ୍ରସାର ହେବା ସହିତ କିପରି କୁନି କୁନି ଛାତ୍ରଛାତ୍ରୀ ଏହି ପାଠାଗାରରେ ଉପକୃତ ହୋଇପାରିବେ ତାହା ପ୍ରତି ସଯତ୍ନ କରାଯାଇଥିଲା । ଯାହାର ଏକ ଜ୍ଵଳନ୍ତ ନିଦର୍ଶନ ଏହି କାର୍ଯ୍ୟକ୍ରମରୁ ଅନୁମାନ କରାଯାଏ ।

ଏହି କାର୍ଯ୍ୟକ୍ରମରେ ବିଶେଷ ସହଯୋଗ କରିଥିଲେ ସୋନୁ ଛତ୍ରିଆ, ରାହୁଲ ଛତ୍ରିଆ, ରଞ୍ଜନ କୁମାର ଟାକ୍ରି, ଲୁକେଶ୍ୱର ବଗର୍ତ୍ତି, ପ୍ରଦୀପ ବନଛୋର ଇତ୍ୟାଦି ଛାତ୍ରମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.