oum

ମାହେଶ୍ୱରୀର ପ୍ରୟାସ ସ୍ୱଚ୍ଛତା ଓ ସଂଯମତା

jsm

ମାହେଶ୍ୱରୀର ପ୍ରୟାସ ସ୍ୱଚ୍ଛତା ଓ ସଂଜମତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମାହେଶ୍ୱରୀ ତରଫରୁ ବଲାଙ୍ଗିର ସହରର ୱାର୍ଡ ନଂ.୧୪ ଓ ୧୫ ମାଲପଡା ସ୍ଥିତ ଅଙ୍ଗନୱାଡି କେନ୍ଦ୍ର ଠାରେ ଏକ ମହିଳା ସଚେତନତା ଧର୍ମି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶତାଧିକ କିଶୋରୀ ତଥା ମହିଳାମାନେ ଉପସ୍ଥିତ ଥିଲେ । ଋତୁଶ୍ରାବ ଜନୀତ ରୋଗ ଦ୍ୱାରା ଲକ୍ଷାଧିକ ମହିଳାମାନେ ରୋଗରେ ଆକ୍ରାନ୍ତ ହେବା ସହିତ ମୃତ୍ୟୁବରଣ କରୁଛନ୍ତି ଏବଂ ବିଭିନ୍ନ ପ୍ରକାର ଅନ୍ଧ ବିଶ୍ୱାସର ବଷବର୍ତ୍ତି ମଧ୍ୟ ହେଉଛନ୍ତି । କିଶୋରୀମାନଙ୍କୁ ସଚେତନ କରିବା ନିମନ୍ତେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ୱଚ୍ଛତା ଓ ସଂଯମତା ବିଷୟରେ ପ୍ରଶିକ୍ଷକ କବିତା ପ୍ରଧାନ ଓ ପ୍ରଜ୍ଞା ପ୍ରଚେଷ୍ଟା କାଲସାଏ କିଶୋରୀ ଓ ମା’ ମାନଙ୍କୁ ନିଖୁଣ ଭାବେ ଫଟୋ ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସମ୍ବନ୍ଧିୟ ବିଷୟମାନଙ୍କୁ ଆଲୋକପାତ କରିବା ସହିତ କିଭଳି ସଂଜମତା ରକ୍ଷା କରି ନିଜର ନିଜର ସାମାଜିକ ଦାୟିତ୍ୱ ସମ୍ପନ୍ନ କରିବେ ତା ସହ ସୁନ୍ଦର ଓ ସୁସ୍ଥ ଜୀବନଯାପନ କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉକ୍ତ ୱାର୍ଡର (୧୪ ଓ ୧୫)ର ଆଶକର୍ମୀ ଓ ଅଙ୍ଗନୱାଡି ଉପସ୍ଥିତ ରହି ମାହେଶ୍ୱରୀ ସଂଗଠନକୁ ସହଯୋଗ କରିଥିଲେ । ଶେଷରେ ମାହେଶ୍ୱରୀ ମହିଳା ଶାଖାର ସୁଷମା ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାହେଶ୍ୱରୀ ସଂଗଠନର ସୁଶ୍ରିତା ଠାକୁର, ସୁପ୍ରମା ବହିଦାର, ମୋନାଲିସା ସାଗର, ଶୁଭଶ୍ରୀ ପଟ୍ଟନାୟକ, ରାଜେଶ୍ୱରୀ ବେହେରା, କରଣ ବେହେରା, ଶାଶ୍ୱତା ଦାସ, ରିତେଶ ଅଗ୍ରୱାଲ, ସଭାପତି ଶୋଭନ ଅଗ୍ରୱାଲ ଏବଂ ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ ଉପସ୍ଥିତ ରହି କାର୍ଯକ୍ରମକୁ ସଫଳ କରିଥିଲେ ।

Leave A Reply

Your email address will not be published.