lika

ଓଜେୟୁ ରାଜ୍ୟ ମହିଳା ଆବାହକ ସୁଶ୍ରୀ ବିଜୟାଲକ୍ଷ୍ମୀଙ୍କ ନିଆରା ପ୍ରୟାସ

gbag

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଓଜେୟୁ ରାଜ୍ୟ ମହିଳା ଆବାହକ ତଥା ମାଧ୍ୟମ ଅନୁଷ୍ଠାନର ସଂଯୋଜିକା ସୁଶ୍ରୀ ବିଜୟାଲକ୍ଷ୍ମୀ ମହାଙ୍କୁଡ଼ଙ୍କ ନିଆରା ପ୍ରୟାସ ଦେଖିବାକୁ ମିଳିଛି । ପବିତ୍ର ସାବିତ୍ରୀ ବ୍ରତ ଉପହାର ନେଇ ବ୍ରହ୍ମପୁର ଜେଲ୍‌ରେ ଉପସ୍ଥିତ ରହି ମହିଳା କଏଦୀମାନଙ୍କୁ ସାବିତ୍ରୀ ବ୍ରତ ପାଳନ ପାଇଁ ସାମଗ୍ରୀ ପ୍ରଦାନ କରିଥିଲେ । ମାଧ୍ୟମ ଅନୁଷ୍ଠାନ ତରଫରୁ ଅନୁଷ୍ଠାନର ସଭାନେତ୍ରୀ ସଂଘମିତ୍ରା ପାଢ଼ୀଙ୍କ ପରାମର୍ଶକ୍ରମେ କିରଣ ପ୍ରୋଜେକ୍ଟକୁ ନେଇ କାରାଗାରରେ ସଜା କାଟୁଥିବା ମହିଳାମାନଙ୍କୁ ସାମାଜିକ ସମ୍ମାନ ପ୍ରଦାନ କରିବା ପାଇଁ ସୁଶ୍ରୀ ମହାଙ୍କୁଡ଼ ପୂଜାରେ ବ୍ୟବହାର ହେଉଥିବା ସାମଗ୍ରୀ ସିନ୍ଦୁର, ଚୁଡ଼ି, ତାଳ, ସେଓ, କୋଳି, କାକୁଡି, ଖଜୁରୀ, ଆମ୍ବ, କଦଳୀ, ପଣସ ଆଦି ପ୍ରଦାନ କରିବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇ ସମାଜର ମୁଖ୍ୟ ସ୍ରୋତକୁ ଆସିବା ନେଇ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଯାହାକୁନେଇ ମହିଳା ଅନ୍ତେବାସୀମାନେ ସାବିତ୍ରୀ ବ୍ରତ ପାଳନ କରିବା ସହ ଖୁସି ଜାହିର କରିଥିଲେ । ଉକ୍ତ ସମୟରେ ଜେଲର ସତ୍ୟ ନାରାୟଣ ବେହେରା, ଜେଲ କଲ୍ୟାଣ ଅଧିକାରୀ ଧର୍ମେନ୍ଦ୍ର ନାୟକ ଉପସ୍ଥିତ ରହିଥିଲେ ।

sandip
Leave A Reply

Your email address will not be published.