ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ରବିବାର ସଂଧ୍ୟାରେ ଜେସିଆଇ ଟିଟିଲାଗଡ଼ ସିଟିର ପ୍ରତିଷ୍ଠା ଦିବସ ସ୍ଥାନୀୟ ଡିଏନ୍ ରିସର୍ଟ ଠାରେ ଧୁମ୍ଧାମ୍ରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସମ୍ମାନିତ ଅତିଥି ଭାବେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ଟିଟିଲାଗଡ଼ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ଜୋନ ସଭାପତି ସ୍ଵସ୍ତିକ ସୁରେଶ ତେମ୍ବେ, ଜୋନ ଉପସଭାପତି ରୋହନ ଶାହ, ଜେସିଆଇ ସଭାପତି ତ୍ରିଲୋକ ନାଥ ଜୈନ, ନୂତନ ସଭାପତି ବିକାଶ ଜୈନ, ଫାଉଣ୍ଡର ପ୍ରେସିଡେଣ୍ଟ ଗୋପାଳ ଜୈନ, ପ୍ରୋଜେକ୍ଟ ଡାଇରେକ୍ଟର ବିନୟ ଜୈନ ମଞ୍ଚାସିନ ଥିଲେ । ଜେସିଆଇ ତରଫରୁ ସମସ୍ତ ଅତିଥିଙ୍କୁ ଜୋରଦାର ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ଅତିଥି ମାନେ ନୂତନ ସଭାପତିଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଆଗାମୀ ଦିନରେ ଟିଟିଲାଗଡ଼ ସରକାରୀ ଡାକ୍ତରଖାନାକୁ ଜିଲ୍ଲା ସ୍ତରୀୟ ଡାକ୍ତରଖାନାର ମାନ୍ୟତା ପ୍ରଦାନ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମହାଲିଙ୍ଗଙ୍କୁ ଟିଟିଲାଗଡ଼ ବିଧାୟକ ଶ୍ରୀ ଜୈନ ନିଜ ଅଭିଭାଷଣରେ କହିଥିଲେ । ଏହାପରେ ପୂର୍ବତନ ସଭାପତି ତ୍ରିଲୋକ ନାଥ ଜୈନ ଚଳିତ ବର୍ଷର ସଭାପତି ବିକାଶ ଜୈନଙ୍କୁ ତାଙ୍କର କାର୍ଯ୍ୟଭାର ସମର୍ପି ଦେଇଥିଲେ । ନୂତନ ସଭାପତି ବିକାଶ ଜୈନ ଆଗାମୀ ଦିନରେ ନିଜ ସହରରେ ପୂର୍ବ ଭଳି ଆଗାମୀ ଦିନରେ ମଧ୍ୟ ଏମିତି ସେବା କାର୍ଯ୍ୟ ଜାରି ରହିବ ବୋଲି କହିଥିଲେ । ବର୍ଷ ୨୦୨୩ରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅବଦାନ ତଥା ସେବା ପ୍ରଦାନ କରିଥିବା ସମସ୍ତ ସଦସ୍ୟଙ୍କୁ ଟ୍ରଫି ଦେଇ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଟିଟିଲାଗଡ଼ ଜେସିଆଇ ସିଟିର ସୁମିତ ସାହୁ, ନିରୋଜ ପଟ୍ଟନାୟକ, ଅଙ୍କିତ ଲାଠ, ମନିସ ଗୁପ୍ତା, ଅତୁଲ ଜୈନ, ସଞ୍ଜୟ ସୋନି, ବିନୋଦ ଓ ଅନ୍ୟାନ୍ୟ ସଦସ୍ୟ ସହଯୋଗ କରିଥିଲେ । ଶୈଳେଶ ଗୋୟଲ ମଞ୍ଚ ପରିଚାଳନା କରିଥିଲେ ।