oom

ଡିଏଭି ମହାବିଦ୍ୟାଳୟର ୫୬ତମ ପ୍ରତିଷ୍ଠା ଦିବସ ପାଳିତ : ଯୋଗଦେଲେ ତିନି ମନ୍ତ୍ରୀ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲାର ଅନ୍ୟ ଏକ ପ୍ରତିଷ୍ଠିତ ମହାବିଦ୍ୟାଳୟ ଭିତରୁ ଟିଟିଲାଗଡର ଡିଏଭି ମହାବିଦ୍ୟାଳୟ ଅନ୍ୟତମ । ଏହି ଡିଏଭି ମହାବିଦ୍ୟାଳୟର ୫୬ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ମୁଖ୍ୟ ଅତିଥି ଭାବେ ଶ୍ରମ ଓ କର୍ମଚାରୀଙ୍କ ରାଜ୍ୟ ବୀମା ମନ୍ତ୍ରୀ ସାରଦା ପ୍ରସାଦ ନାୟକ, ବାଣିଜ୍ୟ, ପରିବହନ ଓ ଜଳ ସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ, ଡିଏଭି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରଣବ କିଶୋର ପୁରୋହିତ, ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ, ମୁଖ୍ୟବକ୍ତା ଭାବେ ଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ଭାସ୍କର ମିଶ୍ର, ଅନ୍ୟତମ ବକ୍ତା ଭାବେ ସାଂସ୍କୃତିକ ଓ ସାରସ୍ଵତ ସଂଗଠକ ପଣ୍ଡିତ ଶିବ ଶଙ୍କର ମିଶ୍ର, ଡିଏଭି ମହାବିଦ୍ୟାଳୟର ପରିଚାଳନା ସମିତି ସଭାପତି ଡ. ଦଳ ଗୋବିନ୍ଦ ବିଶି, ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ, ଯୁକ୍ତଦୁଇ ଅଧ୍ୟକ୍ଷ ବିଧାନ ମିଶ୍ର ପ୍ରମୁଖ ପ୍ରଥମେ ମହାବିଦ୍ୟାଳୟ ପରିସରରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ନଡ଼ିଆ ବାଡେଇ ଶିଳାନ୍ୟାସ ତଥା ଭିତ୍ତିପ୍ରସ୍ତର ସ୍ଥାପନର ଶୁଭ ଦେଇଥିଲେ । ସେଠାରୁ ସଭା କାର୍ଯ୍ୟ ପାଇଁ ନୂତନ ଭାବେ ନିର୍ମିତ ହୋଇଥିବା ଟାଉନ ହଲକୁ ଯାଇଥିଲେ ।

ଉପସ୍ଥିତ ଅତିଥିମାନଙ୍କୁ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଭବ୍ୟ ସ୍ୱାଗତ କରାଯାଇ ମଞ୍ଚାସୀନ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ପୁରୋହିତ ସମସ୍ତଙ୍କୁ ସ୍ବାଗତ କରିବା ସହ ସେମାନେ ଆସି ଏଠାରେ ଯୋଗଦେଇଥିବା ଯୋଗୁଁ କୃତଜ୍ଞତା ଜ୍ଞାପନ କରିଥିଲେ । ପରିଚାଳନା ସମିତିର ସଭାପତି ଶ୍ରୀ ବିଶି ଟିଟିଲାଗଡର ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କ ପ୍ରଚେଷ୍ଟା ବଳରେ ଆଜି ଏହି ମହାବିଦ୍ୟାଳୟର ଉନ୍ନତି ହୋଇପାରିଛି ଏବଂ ସଦାବେଳେ କିପରି ଆହୁରି ଉନ୍ନତି ହୋଇପାରିବ ସେଥିପାଇଁ ତାଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି କହି କରତାଳି ମାଧ୍ୟମରେ ଧନ୍ୟବାଦ ଅର୍ପଣ କରିଥିଲେ, ଏହି ଅବସରରେ ତିନୋଟି ବିଭାଗରେ ସର୍ବୋଚ୍ଚ ମାର୍କ ରଖି ଟପର ହୋଇଥିବା ଛାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

jittmm
Leave A Reply

Your email address will not be published.