ୟୁଥ ହଷ୍ଟେଲସ ଆସୋସିଏସନ୍ ଅଫ୍ ଇଣ୍ଡିଆର ୧୧୪ତମ ପ୍ରତିଷ୍ଠା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ୟୁଥ ହଷ୍ଟେଲସ ଆସୋସିଏସନ୍ ଅଫ୍ ଇଣ୍ଡିଆର ରାଉରକେଲା ଶାଖା ପକ୍ଷରୁ ୧୧୪ତମ ପ୍ରତିଷ୍ଠା ଦିବସ ସେକ୍ଟର ୩ କାର୍ଯ୍ୟାଳୟଠାରେ ପାଳିତ ହୋଇଯାଇଛି । ରାଉରକେଲା ଶାଖାର ଅଧ୍ୟକ୍ଷ ବୁଦ୍ଧଦେବ ବାସୁଙ୍କ ଅଧ୍ୟକ୍ଷତା ଓ ମୋନାଲିସା ଗୌଡଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆର୍‌ଏସ୍‌ପିର ସିପି ୨ର ମହାପ୍ରବନ୍ଧକ ଦେବାଶିଷ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅନୁଷ୍ଠାନର ଉପସଭାପତି ତଥା ସଜିଏମ୍‌ ପ୍ରତାପ କୁମାର ସ୍ବାଇଁ, ସଂପାଦକ ସରୋଜ କୁମାର ପଟ୍ଟନାୟକ, ଜାତୀୟ କାଉନସିଲ ସଭ୍ୟ ନିରଞ୍ଜନ ବେହେରା, କୋଷାଧ୍ୟକ୍ଷ ସଚ୍ଚିଦାନନ୍ଦ ଜେନା ପ୍ରମୁଖ ପ୍ରତିଷ୍ଠା ଦିବସ ପାଳନର ବିଶେଷତ୍ୱ, ଅନୁଷ୍ଠାନର ଦାୟିତ୍ୱ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ କେକ୍ କଟାଯାଇ ଉପସ୍ଥିତ ଅତିଥି ଓ କର୍ମକର୍ତ୍ତାଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା । ପୂର୍ବରୁ ସ୍ୱାଧୀନତା ଦିବସ ଉପଲକ୍ଷେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ପ୍ରତିଯୋଗିତାର ବିଚାରକ ଭାବେ ସର୍ବଶ୍ରୀ ଶରତଚନ୍ଦ୍ର ପଣ୍ଡା, ଜ୍ୟୋତିର୍ମୟ ଆଚାର୍ଯ୍ୟ, ଚିନ୍ମୟ ମହାନ୍ତି ଓ ପ୍ରଣତୀ ପାଢୀ ପ୍ରମୁଖ ଦାୟିତ୍ବ ତୁଲାଇଥିଲେ । ସୂଚନାଯୋଗ୍ୟ ଯେ, ଅନୁଷ୍ଠାନ ତରଫରୁ ଚଳିତ ବର୍ଷ ୭୫ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ପି ସି ମିଶ୍ର, ପି ପି କେ ପାତ୍ର, ସମରକାନ୍ତ ମଲ୍ଲିକ, ସଲିଳ ସାହୁ, ପଙ୍କଜ ପାଢୀ, ସମୀର ସାମଲ, ରଞ୍ଜିତ ପୁରୋହିତ, ପ୍ରଫେସର ସିଂହମ ଜୟତୁ, ଡାକ୍ତର ଏମ୍ ସୋରେନ, ରବି ଦାସ, ଅନୁପମ ଗୁପ୍ତା, ଗୌରୀ ବାସୁ, ସୁଚିତ୍ରା ମଲ୍ଲିକ, ଇନ୍ଦିରା ପଟ୍ଟନାୟକ, କଳ୍ପନା ଲେଙ୍କା, ସୁଲୋଚନା ମିଶ୍ର, ଶାନ୍ତି ଦାଶ, ମୀନାକ୍ଷୀ ପାଢୀ, ଲୁସି ଦାଶ, ଶ୍ରଦ୍ଧାଶ୍ରୀ ପଟ୍ଟନାୟକ, କାମିନୀ ମହନ୍ତ, ଉପେନ୍ଦ୍ର ସ୍ବାଇଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ କୋଷାଧ୍ୟକ୍ଷ ଶ୍ରୀ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.